‘ସୁଭଦ୍ରା’ ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା: ବାହାରେ ଥିବା ମହିଳା ପାଇବେ ‘ସୁଭଦ୍ରା’

0

ଭୁବନେଶ୍ୱର: ସୁଭଦ୍ରା ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା । ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ ଶ୍ରୀମତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବି ବହୁତ ମହିଳା ରହୁଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ, ସେମାନେ ଜଲଦି ଆବେଦନ କରନ୍ତୁ । ରାଜ୍ୟ ସରକାର ସେମାନଙ୍କୁ ବି ଟଙ୍କା ଦେବେ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି ।