ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହେଲେ ପ୍ରଥମ ମଙ୍କିପକ୍ସର ରୋଗୀ। ସନ୍ଦିଗ୍ଧ ରୋଗୀଙ୍କୁ ଦିଲ୍ଲୀର ଏହି ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ବର୍ତ୍ତମାନ, ଲ୍ୟାବ୍ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ସ୍ପଷ୍ଟ ହୋଇଛି।ରୋଗୀ ଜଣଙ୍କ ବିଦେଶରୁ ଫେରିଥିବା ସୂଚନା । ବର୍ତ୍ତମାନ ରୋଗୀଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ କଡା ନଜର ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଲୋକଙ୍କୁ ଭୟଭୀତ ନକରିବାକୁ ପରାମର୍ଶ ଦିଆଯାଇଛି।