ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଅନୁଷ୍ଠିତ

0

ଗଜପତି ଜିଲ୍ଲା ବିକାଶ ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଜିଲ୍ଲାର ସଦରମହକୁମା ସ୍ତିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପରାମର୍ଶ କର୍ମଶାଳାରେ ଜିଲ୍ଲା ପ୍ରଭାରୀ,ରାଜ୍ୟ ସରକାରଙ୍କ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ l ୨୦୩୬ ବେଳକୁ ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ସାଙ୍ଗକୁ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବା ସହ ୨୦୪୭ ବେଳକୁ  ବିକଶିତ ଜିଲ୍ଲା ହୋଇପାରିବ ।  ଜିଲ୍ଲା ବିକଶିତ ହେବା ପାଇଁ ଗ୍ରାମ, ସହରାଞ୍ଚଳ ଗୁଡିକର ବିକାଶ ନିହାତି ହେବା ଜରୁରୀ । ବର୍ତ୍ତମାନ ସରକାର ଓଡିଶାକୁ ବିକଶିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି ଏବଂ ଆଗାମୀ ଦିନରେ ଲକ୍ଷ ରଖିଛନ୍ତି।  ଏଥି ନିମନ୍ତେ ଆଜି ଆୟୋଜିତ କର୍ମଶାଳାରେ ମାନ୍ୟବର ମନ୍ତ୍ରୀ ଲୋକମାନଙ୍କ ଠାରୁ ଜିଲ୍ଲାର ବିକାଶ ପାଇଁ କଣ ଆବଶ୍ୟକ ରହିଛି  ପଚାରି ବୁଝିଥିଲେ। ଏହି ସମୟରେ ଜିଲ୍ଲାର ବିକାଶ ଦିଗରେ ଜନ ସାଧାରଣ, ବୁଦ୍ଧିଜୀବୀ ମାନଙ୍କ ମତାମତ ଦେଇଥିଲେ।

ଏହି ଅବସରରେ  ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ଏନଜିଓ, ବିଭିନ୍ନ ସଂସ୍ଥାର ମୁଖ୍ୟ ଓ ଅଧ୍ୟକ୍ଷ ମାନେ ସାମିଲ ହୋଇ ବିକଶିତ ଜିଲ୍ଲା ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ପ୍ରାରମ୍ଭରେ ଅତିରିକ୍ତ  ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଗଜପତି ଜିଲ୍ଲାପାଳ ଜିଲ୍ଲାର ବିକାଶ  ପାଇଁ କଣ କଣ ଆବଶ୍ୟକ ରହିଛି ସମସ୍ତ ବିଷୟ ବସ୍ତୁକୁ ଉପସ୍ଥାପନ କରିଥିଲେ। ତାହସହ ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ  । ଏହି କର୍ମଶାଳାରେ ଉପସ୍ଥିତ ଜିଲ୍ଲାବାସୀ ନିଜନିଜର ବକ୍ତବ୍ୟ ରଖିଥିଲେ ଯାହାକି ଗ୍ରାମାଞ୍ଚଳରେ ସଶକ୍ତକରଣ କରିବା ସହ ଏଠାକାର ଐତିହ୍ୟର ସୁରକ୍ଷା, ପର୍ଯ୍ୟଟନ ସ୍ଥଳୀ ବିକାଶ,ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ ବିକାଶର ଆବଶ୍ୟକତା ରହିଛି।

ଏହି କର୍ମଶାଳାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗାରାଜୁ ମଞ୍ଚାଶସିନ  ଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା,ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।