ସୁବର୍ଣ୍ଣପୁର: କେନ୍ଦ୍ର ଖେଳ ଓ ଯୁବବିକାଶ ମନ୍ତ୍ରଣାଳୟ ପକ୍ଷରୁ ଯୁବ ବିକାଶ କାର୍ଯ୍ୟକ୍ରମର ବିକଶିତ ଭାରତ ଯୁବ ନେତୃତ୍ବବର୍ଷା -୨୦୨୫ ଭାଗନେଇ ସୁବର୍ଣ୍ଣପୁର ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ସଂସ୍କୃତି ସଂଞ୍ଚାଳିକା ପାଣିଗ୍ରାହି, ସରକାରୀ ଆଦର୍ଶ ବିଦ୍ୟାଳରେ ୧୦ମ ଶ୍ରେଣିରେ ପାଠପଢ଼ି ରାଜଧାନୀ ଭୂବନେଶ୍ବର ଠାରେ ଏକ ଘରୋଇ ମହାବିଦ୍ୟାଳୟ ଅଧ୍ୟୟନ କରି ବତ୍ତମାନ ନିଟପାଇଁ ପ୍ରସ୍ତୁତି ଚଳାଇଛନ୍ତି. ସୁଚନା ଯୋଗ୍ୟ ବିନିକା ବ୍ଳକ ସିଲାଟି ଗ୍ରାମର ଜୟାନନ୍ଦ ପାଣିଗ୍ରାହି ସ୍ତ୍ରୀ ପ୍ରମିତା କୁମାରୀ ମିଶ୍ରଙ୍କ ଝିଅ ସଂସ୍କୃତି ସଂଞ୍ଚାଳିକା ପାଣିଗ୍ରାହି. ରାଜ୍ୟ ଖେଳ ଓ ଯୁବବିକାଶ ମନ୍ତ୍ରଣାଳୟ ପତ୍ରସଂଖ୍ୟା ୯୧/ ୨-୧-୨୫ ରେ କେନ୍ଦ୍ର ଖେଳ ଓ ଯୁବବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଯୋଜିତ ଜାନୁୟାରୀ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଯୁବଶଶକ୍ତି କରଣ ଓ ବିକାଶ କାର୍ଯ୍ୟକ୍ରମର ବିକଶିତ ଭାରତ ଯୁବ ଯୁବ ନେତୃତ୍ବବର୍ଷା -୨୦୨୫ ଭାଗନେଇ ମନୋନିତ ହୋଇଥିଲେ. ଏହି ମୁତାବକ ଗତ ୭ ତାରିଖଦିନ ଓଡ଼ିଶା ସରକାରଙ୍କ ତତ୍ବା ତତ୍ବାବଧାନରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ. ଦିଲ୍ଲିରେ ପହଞ୍ଚି ଦିଲ୍ଗିସ୍ଥିତ ଭାରତ ମଣ୍ଡପମ୍ ଠାରେ ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥୂବା ଭାରତ ଯୁବ ନେତୃତ୍ବବର୍ଷା ଭାଗନେଇ ଯୁବ ଶଶକ୍ତି କରଣ ଉପରେ ତୃଣମୁଳ ସୁରରେ ଯୁବକ ମାନଙ୍କୁ କିପରି ଶଶକ୍ତି କରଣ କରାଯାଇ ପାରିବ ଓ ଏକରାଷ୍ଟ୍ର ଏକଶିକ୍ଷା ନିତି ଉପରେ ପୁଙ୍ଖାନୁ ପୁଙ୍ଖ କୁମାରୀ ପାଣିଗ୍ରାହି ଉପସ୍ଥାପନ କରିଥିଲେ ଏହି ଖବର ପ୍ରଚାର ହେବାପରେ ଜିଲ୍ଲାରେ ଆନନ୍ଦ ଲହରି ଖେଳିଯିବ ପିବାସହ ତାଙ୍କ ପରିବାରକୁ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ତାଙ୍କ ବାବା ଜୟାନ ୟାନନ୍ଦ ପାଣିଗ୍ରାହି ପ୍ରକାଶ କରିଛନ୍ତି