“ବିକଶିତ ଗାଁ – ବିକଶିତ ଓଡ଼ିଶା ଯୋଜନା”ରେ ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ

0

ଭୁବନେଶ୍ୱର:  ଗ୍ରାମୀଣ ଓଡ଼ିଶାର ସଶସ୍ତୀ କରଣ ଏବଂ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ “ବିକଶିତ ଗାଁ – ବିକଶିତ ଓଡ଼ିଶା ଯୋଜନା” ଏକ ଅଭିନବ ପଦକ୍ଷେପ । ଏହି ଯୋଜନାରେ 5 ବର୍ଷ ମଧ୍ୟରେ 5 ହଜାର କୋଟି ଟଙ୍କା ବିନିଯୋଗ ସହିତ ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି । ସଡ଼କ ଯୋଗାଯୋଗ, ନାଗରିକ ସୁବିଧା, ଶୈକ୍ଷିକ ସୁବିଧା ଏବଂ ଗ୍ରାମାଞ୍ଚଳରେ ପର୍ଯ୍ୟଟନ ବିକାଶ ଉପରେ ଏହି ଯୋଜନାରେ ଗୁରୁତ୍ବ ଦିଆଯିବ । 2025-26 ଆର୍ଥିକ ବର୍ଷ ପାଇଁ 2 ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ ଦ୍ବାରା ଏହି ଯୋଜନା ଗ୍ରାମୀଣ ଭିଭିଭୂମି ଏବଂ ତୃଣମୂଳ ଗଣତନ୍ତ୍ର ଉପରେ ଏକ ସ୍ବତନ୍ତ୍ର ପ୍ରଭାବ ପକାଇବ ।