ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁ । ଆଉ ଭଗବାନଙ୍କୁ ଦେଖିବାକୁ ଲାଗିଛି ଭକ୍ତଙ୍କ ସମାଗମ ।ତେବେ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାର ପ୍ରକୋପରେ ଦଶରୁ ଉର୍ଦ୍ଧ୍ବ ଭକ୍ତ ଅଂଶୁଘାତ ଆକ୍ରାନ୍ତ, ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା, ଅନ୍ୟପକ୍ଷେ ସମୁଦ୍ରରେ ଗାଧୋଇବା ସମୟରେ ସାତ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି , ଉଦ୍ଧାର ସମସ୍ତ ଭକ୍ତଙ୍କ ଅବସ୍ଥା ସ୍ଥିର ରହିଛି। ଏପର୍ଯ୍ୟନ୍ତ ମୋଟ ୪୭ ଜଣଙ୍କୁ ଚିକିତ୍ସା ପାଇଁ ଅଣାଯାଇ ଥିବା ବେଳେ ୫ ଜଣ ଗୁରୁତର ହୋଇ ପୁରୀ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।