(ମମତା ସାମଲ)ରିପୋର୍ଟସଟୁଡେ: ସୁସ୍ଥ ହୋଇ ମହାପ୍ରଭୁ ଆଜି ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି । ରଥଯାତ୍ରା ପାଇଁ ପୁରୀ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନବଯୌବନ ଦର୍ଶନ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସ କର୍ମୀଙ୍କ ମାଡରେ ଶ୍ରୀମନ୍ଦିରରେ ଜଣେ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, ଆଜି ଯାଜପୁର ଅଂଚଳର ରାଜଲକ୍ଷ୍ମୀ ପଣ୍ଡା ନାମକ ଜଣେ ମହିଳା ତାଙ୍କ ପରିବାର ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ପାଇଁ ଆସିଥିଲେ । ତେବେ ତାଙ୍କୁ ମନ୍ଦିର ଭିତରେ କିଛି ପୋଲିସ ଅଧିକାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ସର୍ବସାଧାରଣ ଦର୍ଶନ ଚାଲିଥିବା ବେଳେ ତାଙ୍କୁ ଭିତର କାଠ ନିକଟରେ ମାଡ ମରାଯାଇଥିବା ସେ କହିଛନ୍ତି । ତାଙ୍କ ଆଖିପତାରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ପୋଲିସ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି ।