ମୋକ୍ଷ ପାଇବା ପାଇଁ ଚାହାଁଣି ମଣ୍ଡପରୁ ତଳକୁ ଡେଇଁ ଗୁୁରୁତର ହେଲେ ଭକ୍ତ

0

ପୁରୀ / ସଞ୍ଜୟ  ମହାପାତ୍ର  : ଶ୍ରୀମନ୍ଦିରରେ ଏକ ବଡଧରଣର ଅଘଟଣ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଜଣେ ଭକ୍ତ ମୋକ୍ଷ ପାଇବା ପାଇଁ ଚାହାଁଣି ମଣ୍ଡପରୁ ତଳକୁ ଡେଇଁପଡି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଭକ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତା ଦୁଇ ଗୋଡରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଅସ୍ତିଶଲ୍ଯ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ଆହତ ଭକ୍ତଙ୍କ ପରିଚୟ ଜଣାପଡିଛି। ସେ ଯାଜପୁର ଅଞ୍ଚଳର ଜୀବନ ଜ୍ଯୋତି ସାମଲ। ରାତିରେ ତାଙ୍କ ପରିବାର ମେଡିକାଲରେ ପହଞ୍ଚିଛନ୍ତି। ତେବେ ପରିବାର  ସଦସ୍ଯଙ୍କ କହିବା କଥା ହେଉଛି ଜୀବନ ଜ୍ଯୋତି ଚେନେଇରେ ବ୍ଯବସାୟ କରନ୍ତି। ବ୍ଯବସାୟରେ ବହୁ ପଇସା ବିନିଯୋଗ କରିଥିଲେ  ମଧ୍ୟ ଲାଭ ପରିବର୍ତ୍ତେ କ୍ଷତି ହୋଇଥିଲା। ଫଳରେ ବିନିଯୋଗ ଅର୍ଥ  ହରାଇଥିଲେ। ସେବେଠାରୁ ଆର୍ଥିକ ଚିନ୍ତାରେ  ମାନସିକ ଭାବେ ଭାଙ୍ଗିପଡିଥିଲେ। ତେବେ ଗତକାଲି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ରୋଷଘର ପଟେ ଚାହାଁଣି ମଣ୍ଡପ ନିକଟକୁ ଯାଉଥିବା ବେଳେ ସେବାୟତ ମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ମାନି ନଥିଲା ମୋକ୍ଷ ପାଇବା ପାଇଁ ଚାହାଁଣି ମଣ୍ଡପ ନିକଟରୁ ତଳକୁ ଡେଇଁ ପଡି ଆତ୍ମହତ୍ଯା ଉଦ୍ଯମ କରିଥିଲା।ମାତ୍ର ଅଳ୍ପକେ ରକ୍ଷା ପାଇମାଇଛି ସଂପୃକ୍ତ ଭକ୍ତ।