କାଲିଠାରୁ ୪ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ

0

ପୁରୀ: କାଲିଠାରୁ ୪ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ କରିବେ ଭକ୍ତ । ଆସନ୍ତାକାଲି ଶନିବାରଠାରୁ ଶ୍ରୀମନ୍ଦିର ୪ଦ୍ୱାର ଦେଇ ଭକ୍ତ ମାନେ କରିବେ । ୪ ଦ୍ୱାର ଦେଇ ପ୍ରବେଶ କରିପାରିବେ ସାଧାରଣ ଦର୍ଶନାର୍ଥୀ । ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ । ୪ ଦ୍ୱାରରେ ପ୍ରବେଶ କରିପାରିବେ ,କିନ୍ତୁ ୩ ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ ଭକ୍ତ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ସିଂହଦ୍ୱାର ଦେଇ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ ରହିବ । ତେବେ ସେବକ ଓ ତାଙ୍କ ପରିବାର ୪ ଦ୍ୱାରରେ ପ୍ରବେଶ, ପ୍ରସ୍ଥାନ କରିପାରିବେ ବୋଲି ସୂଚନା ରହିଛି ।