ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କୁୁ ମିଳିବ ୩ସେକେଣ୍ଡ

0

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ହେଉଛି ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର । ପ୍ରତ୍ୟେକ ଦିନ ଭଗବାନଙ୍କ ଦର୍ଶଦ ପାଇଁ ଏଠାରେ ପ୍ରବଳ ଭିଡ ଜମିଥାଏ । ନବ ନିର୍ମିତ ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବବୋଲି ଅନୁମାନ କରାଯାଇଛି । ଶ୍ରୀ ରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ଲକ୍ଷ ଭକ୍ତ ଅଯୋଧ୍ୟା ଅସିବେ ବୋଲି ଆକଳନ କରାଯାଉଛି । ତେବେ ଏତେ ଗହଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅତି ବେଶୀରେ ୩ସେକେଣ୍ଡ ସମୟ ମିଳିବ ବୋଲି କହିଛନ୍ତି । ସାଧାରଣ ଭାବେ ୮ରୁ ୧୦ ଘଣ୍ଟା ମନ୍ଦିର ଖୋଲା ରହିବ । ହନୁମାନ ଜୟନ୍ତୀ, ଦୀପାବଳୀ, ଦଶହରା ଓ ନବର୍ଷରେ ଭକ୍ତଙ୍କ ସଂଖ୍ୟା ୨ଗୁଣରୁ ଅଧିକ ହୋଇଯାଇଥିଏ । ତେବେ ଶ୍ରୀରାମ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବାପରେ ଭକ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ନବ ନିର୍ମିତ ସାଙ୍ଗକୁ ରୁପାନ୍ତୀକରଣରେ ମନ୍ଦିରର ଅନେକ ସୌନ୍ଦର୍ଯ୍ୟକରଣ ହେବ ।