ଗଜପତି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଗତକାଲି ଗୁରୁଣ୍ଡି ଆଇଆଇସିଙ୍କୁ ଜେରା ପରେ ଆଜି ସଂଗ୍ରାମ କେଶରୀ ବେହେରା ଜେରାର ସମ୍ମୁଖୀନ । କ୍ରାଇମବ୍ରାଞ୍ଚ ପାଖରେ ଡିଏଫଓ ହାଜର ହୋଇଛନ୍ତି । ତଦନ୍ତକାରୀ ଦଳର ୪ ଜଣଆ ଟିମ ମାମଲାର ତଦନ୍ତ କରୁଛି । ସୌମ୍ୟଙ୍କ ମୃତ୍ୟୁ ପରଠାରୁ ସୌମ୍ୟଙ୍କ ପରିବାର ବର୍ଗ ଡିଏଫଓ ସଂଗ୍ରାମଙ୍କ ନାମରେ ଅଭିଯୋଗ କରି ଆସିଛି । ଡିଏଫଓଙ୍କ ସହ ବୋହୂ ବିଦ୍ୟା ଭାରତୀଙ୍କର ଅନୈତିକ ସମ୍ପର୍କ ଥିବା ଓ ଡିଏଫଓ ସୌମ୍ୟଙ୍କୁ ମାସନିସକ ନିର୍ଯାତନ ଦେଉଥିବା ସୌମ୍ୟ ବାରମ୍ବାର ଘର ଲୋକଙ୍କୁ କହିଥିବା ଅଭିଯୋଗରେ ଦର୍ଶାଇଥିଲେ ପରିବାର ବର୍ଗ । କିନ୍ତୁ ପୂର୍ବରୁ ଏହି ଘଟଣାରେ ଗତପତି ଏସପି ଡିଏଫଓଙ୍କୁ ଦେଇଥିଲେ କ୍ଲିନ୍ଚିଟ୍ ।
କ୍ରାଇମ ବ୍ରାଞ୍ଚ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିବା ପରେ ଜେରା ପରିସରକୁ ବହୁ ପଦାଧିକାରୀ ଆସିଛନ୍ତି । କ୍ରାଇମ ବ୍ରାଞ୍ଚ ଜେରାରୁ ଉକ୍ତ ଦିନ ଜିଲ୍ଲାପାଳ ଡିଏଫଓଙ୍କ ଘରକୁ ଅ।।ସିଥିବା ତଥ।। ଆମ୍ବୁଲାନ୍ସରେ ସୌମ୍ୟଙ୍କୁ ନିଆଯିବା ବେଳେ ଜିଲ୍ଲାପାଳ ସେଠାରେ ଥିବା କଥା ପଦାକୁ ଆସିଥିଲା । ଡାକ୍ତର ଓ ତହସିଲଦାରଙ୍କୁ ମଧ୍ୟ ପଚାରା ଉଚାରା କରିଛି କ୍ରାଇମବ୍ରାଞ୍ଚ।