ମୁଖ୍ୟମନ୍ତ୍ରୀଙ୍କୁ ସମ୍ଭର୍ଦ୍ଧିତ କଲେ ବିଜେପି ବିଧାୟକ ଏବଂ ମନ୍ତ୍ରୀ ।ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜି ଏବଂ ଆଇଜି କନଫରେନ୍ସର ସଫଳ ଆୟୋଜନ ପାଇଁ ସମ୍ଭର୍ଦ୍ଧିତ କଲେ ।
ନଭେମ୍ବର ୨୯ ରୁ ଡିସେମ୍ବର ୧ ଯାଏଁ ୩ ଦିନ ଧରି ଆୟୋଜିତ ହୋଇଥିଲା ଏହି କନଫରେନ୍ସ ଜ୍ଝ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଓଡ଼ିଶାରେ ଉପସ୍ଥିତ ରହି ଏହି ବୈଠକରେ ଯୋଗ ଦେଇଥିଲେ ।
ଯଦିଓ ଏହି ବୈଠକ ପାଇଁ ଆତଙ୍କି ଧମକ ରହିଥିଲା କିନ୍ତୁ ସବୁ ସତ୍ତ୍ୱେ ବି ଶାନ୍ତି ଶୃଙ୍ଖଳାର ସହ ତିନି ଦିନିଆ କନଫରେନ୍ସକୁ ସଫଳ କରାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଧାୟକ ଏବଂ ମନ୍ତ୍ରୀ ମାନେ । ବିଧାନସଭା ୫୪ ନମ୍ବର ହଲରେ ଆୟୋଜନ ହୋଇଥିଲା ସମ୍ଭର୍ଦ୍ଧନା କାର୍ୟ୍ୟକ୍ରମ ।କେବଳ ଡିଜି ଆଇଜି କନଫରେନ୍ସ ନୁହଁ ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେବାକୁ ରହିଛି । ତାକୁ ମଧ୍ୟ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି ।