ଜବଲପୁର ରନୱେ ଦୁର୍ଘଟଣା : ଦୁଇପାଇଲଟଙ୍କ ଲାଇସେନ୍ସ ରଦ୍ଦ
ଜବଲପୁର ରନୱେ ଦୁର୍ଘଟଣାରେ ଡିଜିସିଏ ନେଲା କାର୍ଯ୍ୟାନୁଷ୍ଠାନ।
(ଜବଲପୁର) : ଜବଲପୁର ରନୱେ ଦୁର୍ଘଟଣାରେ ଡିଜିସିଏ ନେଲା କାର୍ଯ୍ୟାନୁଷ୍ଠାନ। ଦୁଇଜଣ ପାଇଲଟଙ୍କ ଲାଇସେନ୍ସକୁ ୧ବର୍ଷ ପାଇଁ ରଦ୍ଦ କରି ଦେଇଛି ଡିଜିସିଏ। ୧୨ ମାର୍ଚ୍ଚରେ ଜବଲପୁରରେ ରନୱେରୁ ବିମାନ ଖସି ଯାଇଥିଲା।
ଦିଲ୍ଲୀରୁ ଉଡ଼ାଣ ଭରିଥିବା ଏଲାୟନ୍ସ ଆୟର ଏଟିଆର-୭୨ ବିମାନ ଜବଲପୁରରେ ଲ୍ୟାଣ୍ଡିଂ ସମୟରେ ରନୱେରୁ ଖସି ଯାଇଥିଲା। ବିମାନରେ ମୋଟ ୫୫ ଜଣ ଯାତ୍ରୀ ବସିଥିଲେ।
ସୂଚନାନୁଯାୟୀ , ଡିଜିସିଏର ଯାଞ୍ଚ ପରେ ଦୁଇ ଅପରେଟିଂ କ୍ରୁର ଲାଇସେନ୍ସର ବିଶେଷାଧିତାର ୧ବର୍ଷ ପାଇଁ ନିଲମ୍ୱିତ କରି ଦିଆ ଯାଇଛି । ଏୟାରପୋର୍ଟରେ ଲାଣ୍ଡିଂ ବେଳେ ବିମାନର ଟାୟର ଫାଟି ଯାଇଥିଲା। ଏହାପରେ ବିମାନ ରନୱେରୁ ଫସି ଯାଇ ବହୁତ ଦୂର ଚାଲିଯାଇଥିଲା । ହେଲେ ଆଶ୍ୱସ୍ତିର କଥା କି ଏହି ଘଟଣାରେ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ ।