ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଆର.ପି.ଶର୍ମା

0

(ମମତା ସାମଲ)ରିପୋର୍ଟସଟୁଡେ: ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ଏନେଇ ରାଜଭବନ ପକ୍ଷରୁ ସୂଚନା ମିଳିଛି । ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଚୟନ କମିଟିଙ୍କ ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା ମିଳିଛି ।
ସେପଟେ କିଏ ହେବେ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ, ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ଡିଜିପି ଆର.ପି ଶର୍ମା । ତେବେ ଗତ ୨୦୧୭ ଅଗଷ୍ଟ ମାସ ୩୧ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା । ତାଙ୍କ ପରେ ଡିଜିପି ଇନଚାର୍ଜ ହୋଇପାରନ୍ତି ସୁନିଲ ରୟ ।