(ରିପୋର୍ଟସ ଟୁଡ଼େ)ଭଦ୍ରକ: ଭଦ୍ରକର ଧାମନଗର ଥାନା ଚୂଡାକୁଟି ମେଳନରେ ପୋଲିସ ଏବଂ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ। ଗତକାଲିଠାରୁ ଭଦ୍ରକର ଧାମନଗର ଥାନା ନିକଟରେ ଚୂଡାକୁଟିରେ ମେଲଣ ଆରମ୍ଭ ହୋଇଛି । ସେହି ମେଲଣରେ ଡିଜେ ବାଜାଇବାକୁ ପୋଲିସ କଟକଣା ଜାରି କରିଥିଲା । କିନ୍ତୁ କିଛି ଲୋକ ଡିଜେ ବଜାଇବାକୁ ଅଡ଼ି ବସିଥିଲା । ଯାହାକୁ ପୋଲିସ ବିରୋଧ କରିଥିଲା । ଯାହାକୁ ନେଇ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ସହିତ ଦୁଇଟି ୨ଟି ଡିଜେ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଏହି ସବୁକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖାଯାଇଛି । ସ୍ଥାନୀୟ ଲୋକମାନେ ମଧ୍ୟ ରାସ୍ତାରେକ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଫୋର୍ସ ମୁତୟନ କରାଯାଇଛି ।