ଖୋଲିଲା ଧାନମଣ୍ଡି : ଉଦ୍ଘାଟନ କଲେ ବିଧାୟକ ନୀଳମାଧବ

0

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ନିୟନ୍ତ୍ରଣ ବଜାର   ଠାରେ ଧାନ ମଣ୍ଡି ଉଦ୍ଘାଟନ ହୋଇଯାଇଅଛି । ଏହି ଧାନ ମଣ୍ଡି କୁ  ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନିଳମାଧବ ହିକକା ମୁଖ୍ୟ ଅଟିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଛନ୍ତି। ଏହି ଉଦ୍ ଘାଟନ ସମୟରେ ତାଙ୍କ ସହ ବିଷମକଟକ ବିଡ଼ିଓ ସଦାଶିବ ନାୟକ, ଯୋଗାଣ ବିଭାଗର ଅଧିକାରୀ ଦେବଦେତ ଲେଙ୍କା,  ନୋଡାଲ ଅଫିସର ପି ଶ୍ରୀନୁ, ସମବାୟ ସମିତିର ସଭାପତି ଶିରି କୁମୁରୁକା, ଚାଟିକଣା ସରପଞ୍ଚ, ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ଦିଲିପ କୁମାର ପଟ୍ଟନାୟକ, ସୁବାସ ବକ୍ସି ପ୍ରମୁଖ ଯୋଗ ଦେଇଥିବା ବେଳେ ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ, ସମବାୟ ସମିତିର କର୍ମଚାରୀ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଏହି ଧାନ ମଣ୍ଡିରେ ସରକାରୀ ନିୟମ ଅନୁଯାୟୀ ସମସ୍ତ ସୁବିଧା ରହିଥିବା ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ସୂଚନା ଦେବାସହ ଏହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ।