ବିଷମକଟକ ବ୍ଲକର ଗଜବାହାଲ ଠାରେ ଧାନ ମଣ୍ଡି ଉଦଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

0

ବିଷମକଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚରାଗୁଡା ପଞ୍ଚାୟତ ଗଜବାହାଲ ଠାରେ ଧାନ ମଣ୍ଡିର ଉଦ୍ ଘାଟନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ତଥା ଆଇନ ମନ୍ତ୍ରୀ ଶ୍ରୀଯିକ୍ତ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜୁ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାସ, ବ୍ଲକ୍ ଊପ ଉପାଦକ୍ଷ ଦେବୀ ପଟ୍ଟନାୟକ, ବିଜେଡି ନେତା ନାନୁ ପଣ୍ଡା, ବିଷମ କଟକ ବ୍ଲକ୍ ଏମ୍.ଆଇ ଦେବଦତ୍ତ ଲେଙ୍କା, ସମସ୍ତ ମିଲରସ୍ , ସମବାୟ ସମିତିର ଏମ୍.ଡି ଶ୍ରୀଯୁକ୍ତ ସାନ୍ତୁନୁ ସାହୁ , ସମବାୟ ସମିତିର ସମସ୍ତ କର୍ମଚାରୀ, ସମବାୟ ସମିତିର ସମସ୍ତ ମେମ୍ବର ସମେତ ବହୁ ସଂଖ୍ୟାରେ ଚାଷୀ ଓ ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ବିଷମକଟକ ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ପରିଚାଳନା କରିଥିବା ବେଳେ ଚଳିତ ବର୍ଷ ୨୦୨୩-୨୪ର ଖରିଫ ଋତୁରେ ଧାନ ର ଏମ୍.ଏସ୍.ପି ମୂଲ୍ୟ କୁଈଟାଲ୍ ପ୍ରତି ୨୧୮୩ ଟଙ୍କା ରହିଥିବା ବେଳେ “ଏ” ଗ୍ରେଡ ଧାନ ର ମୂଲ୍ୟ ୨୨୦୩ ଟଙ୍କା ରହୁଥିବା ବେଳେ ବିଷମ କଟକ ସମବାୟ ସମିତି ତରଫରୁ ମଙ୍ଗଳବାର ଚାଟିକଣା, ବୁଧବାର ଗଜବାହଲ, ଶୁକ୍ରବାର ଭାଲେରି ଓ ଶନିବାର ହାଟମୁନିଗୁଡା ଧାନମଣ୍ଡି ରେ ଧାନକ୍ରୟ କରାଯିବା ର ସୂଚନା ଏମ୍.ଡି ସାନ୍ତୁନୁ ସାହୁ ଦେଇଛନ୍ତି ।