ଆଠଗଡ଼: ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା ।୬ ଜଣ ବନ କର୍ମଚାରୀଙ୍କୁ ଗିରଫ କଲା ବଡ଼ମ୍ବା ଥାନା ପୋଲିସ ।ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ ଗିରଫ । ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ । ୨ଟି ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ଟି ଠେଙ୍ଗା ଜବତ ହୋଇଛି । ସୂଚନା ଅନୁସାରେ ଗତ ରବିବାର ଧନେଶ୍ୱରଙ୍କୁ ହାତୀ ଶିକାର ସନ୍ଦେହରେ ବନ ବିଭାଗ ଏକ ପେଟ୍ରୋଲ ପମ୍ପ ପାଖରୁ ଉଠାଇ ଆଣି ପଚରା ଉଚରା କରିଥିଲା । ଏହି ସମୟରେ ମାଡ଼ ମରାଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା । ତାଙ୍କ ପରିବାର ପକ୍ଷରୁ ବଡ଼ମ୍ବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ଦିନ ହେଲା ୧୪ ଜଣ ବନ ଅଧିକାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡ଼ିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।