ଭୁବନେଶ୍ୱର: ଖୋଲିଲା ଧାନମଣ୍ଡି । ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ର ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା । ବରଗଡ଼ ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କହିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଚାଷୀଙ୍କ ପାଇଁ ଖୁସିର ଦିନ । ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା ଏମ୍ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ ।
ସେପଟେ ମୁଖ୍ୟମନ୍ତ୍ରୀ ଟ୍ୱଟି୍ କରି କହିଛନ୍ତି , ‘ କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଆଜି ଆନୁଷ୍ଠାନିକ ଭାବେ ବରଗଡରେ ଧାନମଣ୍ଡି ଖୋଲିଯିବା ସହିତ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଦଲାଲ ମୁକ୍ତ ଧାନ କିଣା , କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି ।
ଆମ ସରକାରପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣିବା ସହିତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଧିକାରୀ, କଣ୍ଟ୍ରୋଲ ରୁ , ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଶୃଙ୍ଖଳିତ ଭାବେ ଧାନ କିଣିବା ସହ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।