ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଏବଂ ଆହତ ଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ଧର୍ମଶାଳା ବିଧାୟକ

0

ବଡଚଣା / ବେଦପ୍ରକାଶ ନାୟକ : ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଧାୟକ ହେବା ପରେ ସମାଜସେବା କୁ ନିଜର ବ୍ରତ ଭାବେ ଭାବି ନେଇଛନ୍ତି ହିମାଂଶୁ ଶେଖର ସାହୁ।ଗରିବ, ଅସହାୟ, ଅବହେଳିତ,ନିଷ୍ପେସିତ ଙ୍କ ନିକଟରେ ସର୍ବଦା ତାଙ୍କ ଉପସ୍ଥିତ ଥିବା ସହ ମୃତ୍ୟୁ ଠାରୁ ଶବ ଦାହ ପର୍ଯ୍ୟନ୍ତ ତାଙ୍କ ସହଯୋଗ ସର୍ବଦା ଅବର୍ଣ୍ଣନୀୟ।ଖାଲି ବନ୍ୟା,ବାତ୍ୟା ନୁହେଁ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଏବଂ ଆହତ ହୋଇଥିବା ପରିବାରର ବୋଝକୁ ନିଜେ ମୁଣ୍ଡାଇ ଥାନ୍ତି ଧର୍ମଶାଳାର ବିଧାୟକ।ଯାହାର ସଦ୍ୟତମ ଉଦାହରଣ ଗତକାଲି ଦେଖିବାକୁ ମିଳିଛି।ଏକ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର କୁ ୨ଲକ୍ଷ ଟଙ୍କା ଆର୍ଥକ ସହାୟତା ପ୍ରଦାନ କରିବା ସହ ଆହତ ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଏବଂ ଉଭୟ ପରିବାର ର ଦାଇତ୍ୱ କୁ ନିଜେ ମୁଣ୍ଡକୁ ନେଇ ଚର୍ଚ୍ଚା ରେ ଧର୍ମଶାଳା ବିଧାୟକ।

ସୂଚନା ଥାଉକି ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ପଞ୍ଚାୟତ ଗୋପାନଗର କେଲୁଅ ନଦୀ ବନ୍ଧ ରାସ୍ତାରେ ଗୁରୁବାର ଦିନ ଭୋର୍ ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଗୁରୁବାର ଭୋର୍ ପ୍ରାୟ ୫ ଟା ସମୟରେ କେଲୁଅ ନଦୀରୁ ବାଲି ବୋଝେଇ କରି ଏକ ଟ୍ରାକ୍ଟର ବନ୍ଧ ଉପରକୁ ଉଠିଥିବା ବେଳେ କୋତପୁର ଆଡୁ ଆସୁଥିବା ଏକ ୟାମା ଆର୍ ୱାନ ବାଇକ୍ ଯାହାର ନମ୍ବର ଓଡି ୦୫ ୟୁ ୩୫୯୦ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଭଗବାନପୁର ଗ୍ରାମର ଦେବାଶିଷ ମଲ୍ଲିକ (୨୬) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ବାଇକ୍ ଆରୋହୀ ନୂଆପାଟଣା ଗ୍ରାମର ସାଗର ମଲ୍ଲିକ (୨୨) ଗୁରୁତର ଆହତ ହୋଇଥିଲେ । ଆହତ ଯୁବକ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟାତାରେ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଉପରେ ଟାୟାର ଜାଳି ୮ଘଣ୍ଟା ଧରି ଗୋକର୍ଣ୍ଣେଶ୍ୱର –  ବୁଦ୍ଧଲିଙ୍ଗ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଧର୍ମଶାଳା ବିଧାୟକଙ୍କ ସମର୍ଥକ ମାନେ ପହଞ୍ଚି ଆପୋଷ ବୁଝାମଣା ପରେ ଅବରୋଧ ହଟିଥିଲା।  ଘଟଣା ସ୍ଥଳରେ ଧର୍ମଶାଳା ପୁଲିସ ଓ ତହସିଲଦାର ପ୍ରମୁଖ ପହଞ୍ଚି ବୁଝା ଶୁଝା କରିଥିଲେ । ଧର୍ମଶାଳା  ବିଧାୟକ ଶ୍ରୀ ସାହୁ   ମୃତକ ଙ୍କ ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କା ସହାୟତା ଦେଇଥିବା ବେଳେ ଦୁର୍ଘଟଣା ରେ ଗୁରୁତର ପରିବାର ଲୋକଙ୍କୁ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।ଏପଟେ ଘଟଣା ସ୍ଥଳରେ ଧର୍ମଶାଳା ର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାଏ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଆଳରେ ରାଜନୀତି କରଣ ଆରମ୍ଭ କରିଥିଲେ।ଯାହାକୁ କିନ୍ତୁ ସାଧାରଣ ଲୋକେ ବୁଝି ସାରିଥିଲେ।ଏପଟେ ଦୁର୍ଘଟଣା କରିଥିବା ଟ୍ରାକ୍ଟର ଟିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଥିବା ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସୂଚନା ଦେଇଛନ୍ତି।ବିଧାୟକ ହିମାଂଶୁ ଙ୍କ ଏଭଳି ମହାନତା କୁ ବିଭିନ୍ନ ଶାସକ ଓ ବିରୋଧୀ ରାଜନୈତିକ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି।