(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସାମାଜିକ ଅଧଃପତନ , ନୈତିକ ଅବକ୍ଷୟ ବଢିଚାଲିଛି । ସ୍ୱାର୍ଥପରତା , ଦୁର୍ବ୍ୟବହାର , ଘୃଣା, ଇର୍ଷା ଆଦି ଅଧିକାଂଶକୁ କବଳିତ କରିଛି । ଏହା ଦ୍ୱାରା ଆମ ଭିତରେ ବ୍ୟବଧାନ ବଢିବାରେ ଲାଗିଛି । ଏକତ୍ୱ, ଭାଇଚାରା ମାନବତା ଆଦିର ଦୃଷ୍ଟାନ୍ତ ଏହି ସ୍ୱାର୍ଥସର୍ବସ୍ୱ ଦୁନିଆରେ ବିରଳ ହେବାକୁ ଲାଗିଛି । ମଣିଷକୁ ମଣିଷର ନିକଟତର କରିବା ଏବଂ ଯୋଡ଼ିବା ହେଉଛି ଧର୍ମ । ଏହା ବ୍ୟବଧାନ ଦୂରକରେ । ଏହା ହିଁ ଧର୍ମର ପରିଚୟ ଏବଂ ଏଥିରେ ହିଁ ଧର୍ମର ସାର୍ଥକତା । ଯେଉଁମାନେ ଯୋଡ଼ନ୍ତି ସେମାନେ ସଚ୍ଚା ଧାର୍ମିକ । ଆମ ଭିତରେ ମାନବିକତାର ଭାବ ଉଦୟ ହେଲେ ଶୋଷକ ପ୍ରକୃତିର ଅନ୍ତ ହେବା ଆମେ ତପ ତ୍ୟାଗ ପଥରେ ଚାଲିବା ଶିିଖିପାରିବା । ନିଜକୁ ପଛରେ ଏବଂ ଅନ୍ୟକୁ ଆଗରେ ରଖିବା ଭାବ ଜାଗ୍ରତ ହେବ । ଧର୍ମ ଯୋଡ଼େ ଅଲଗାକରେନାହିଁ । ଯିଏ ବା ଯାହା ବିଚ୍ଛିନ୍ନ କରେ ତାହା କେବେ ହେଲେ ଧର୍ମା ଭାଷା ସମାନ । କୌଣସି ଧର୍ମରେ ହିଂସା , ବିଦ୍ୱେଷ କଥା କୁହାଯାଇନାହିଁ । ତେଣୁ ଧର୍ମ ନାମରେ କଳହରୁ କ୍ଷାନ୍ତ ରହିବା ସହ ଯେଉଁମାନେ ଧର୍ମ ନାମରେ କଳହରୁ ପ୍ରେତ୍ସାହନ ଦେଉଛନ୍ତି ସେମାନଙ୍କୁ ବିରୋଧ କରେ । ଏହାଠାରୁ ବଡ଼ ଧର୍ମ କିଛି ନାହିଁ । ଏହା ହିଁ ମାନବ ଧର୍ମ ।