(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟପତି ଭବନରେ ଶପଥ ଗ୍ରହଣ କରିଥିଲେ । ଏହା ସହିତ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ପ୍ରତାପଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।
ମନ୍ତ୍ରୀପଦ ପାଇବା ପରେ ଆଜି ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢଙ୍ଗୀ । ଆଜି ଉଭୟ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ ହଜଖାସରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ।
ଏପରିକି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଢଙ୍ଗୀ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।