ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ଆଜି ଫଳାଫଳ ପ୍ରକାଶ ପାଇଛି । ୩ ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେଉଥିବା ବେଳେ ବାଜି ମାରିଛି ବିଜେଡି । ପଦ୍ମପୁର ବାସୀ ବିଜେଡି ପ୍ରର୍ଥୀଙ୍କୁ ବିଜୟୀ କାଇଛନ୍ତି । ଉପ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗ ସହ ଶାସକ ବିଜେଡିକୁ ଟାର୍ଗେଟ କରି ଜୋରଦାର ପ୍ରଚାର କରୁଥିଲେ ବିଜେପିର ୬ କେନ୍ଦ୍ରମନ୍ତ୍ରୀ । ତେବେ ଏମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁରରେ ମାରଥାନ ରୋଡ୍ ସୋ, ଜନସଭା କରି ୨୨ ବର୍ଷର ବିଜେଡି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିଲେ । ପଦ୍ମପୁର ଲଢେଇ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଜୋରଦାର ଥିଲା । ତେବେ ନିର୍ବାଚନୀ ଫଳାଫଳ ବିଜେଡି ସପକ୍ଷରେ ଯାଇଥିବା ବେଳେ ୪୨୬୭୯ ଭୋଟ ବ୍ୟବଧାନରେ ବିଜେପି ପରାଜୟ ବରଣ କରିଥିଲେ । ଏହି ଫଳାଫଳ ପରେ ପଦ୍ମପୁରର ଜନତାଙ୍କ ରାୟକୁ ସମ୍ମାନ ଜଣାଇ ପରାଜୟକୁ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହାସହ ବିଜେପିଙ୍କୁ ଭୋଟ ଦେଇଥିବା ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଶ୍ୟତରେ ଜନ କଲ୍ୟାଣ କାର୍ଯ୍ୟ ଜନତାଙ୍କ ଆସ୍ଥା ଭଜନ ହେବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି । ଏହା ସହ ବଜେଡିର ବିଜୟୀ ପ୍ରାର୍ଥୀଙ୍କୁ ଟ୍ୱୁଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।