ରେଙ୍ଗାଳି ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ଘୋଷିତ କ୍ଷତିପୂରଣ ରାଶି ଓ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହ ଗ୍ରାମକୁ ‘ରାଜସ୍ୱ ଗ୍ରାମର ମାନ୍ୟତା ଦାବି କଲେ ଧର୍ମେନ୍ଦ୍ର । ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏହାସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗ୍ରାମ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ସେପ୍ଟେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ ୧୫୨ କୋଟି ଟଙ୍କାର ଅନୁକମ୍ପା ରାଶି ଆକଳନ କରାଯାଇଥିଲା ।ଏ ଅର୍ଥ ରାଶି ଆଜି ଯାଏଁ କ୍ଷତିଗ୍ରସ୍ତଙ୍କୁ ମିଳିପାରି ନାହିଁ । ଓଡିଶା ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରଙ୍ଗସର ଆନ୍ତରିକତା ଦେଖାଇବା ସଙ୍ଗେ ସଙ୍ଗେ ଏଥି ନିମନ୍ତେ ସମୟୋଚିତ ପଦକ୍ଷେପ ନେବେ ତଥା ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପର ହେବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।