ଢେଙ୍କାନାଳ ଲଜ୍ୟା,ପିଡିତାଙ୍କ ଗ୍ରାମରେ ପହଞ୍ଚିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା

0

ଢେଙ୍କାନାଳ/ ଲକ୍ଷ୍ମୀକାନ୍ତ ସାହୁ : ଢେଙ୍କାନାଳ ଭାପୁର ଗଣଦୁଷ୍କର୍ମ ମାମଲା । ପୀଡିତାଙ୍କୁ ଭେଟିଲେ ମହିଳା କମିଶନର ଅଧ୍ୟକ୍ଷା ଡଃ ମିନତୀ ବେହେରା । ଏସପିଙ୍କୁ ଭେଟି ତଦନ୍ତ ତ୍ୱରାନ୍ୱିତ ଓ ଥଇଥାନ ପାଇଁ ଦେଲେ ନିର୍ଦେଶ । ସେପଟେ ଢେଙ୍କାନାଳ ଅସହାୟ ଯୁବତୀ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ।

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତ୍ରଗତ ଭାପୁର ଫାଣ୍ଡି ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଥିବାରୁ ରାଜ୍ୟ ମହିଳା କମିଶନ ଢେଙ୍କାନାଳ ଗସ୍ତ କରିଛନ୍ତି । କମିଶନ ପକ୍ଷରୁ ନିଜେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା, ସଦସ୍ୟ ଲ ଅଫିସରର ଅରବିନ୍ଦ ପଟ୍ଟନାୟକ ଓ ଇନ୍ସପେକ୍ଟର ସସ୍ମିତା ଦାଶ ଢେଙ୍କାନାଳ ଯାଇ ସଖି କେନ୍ଦ୍ରରେ ପୀଡିତା ଯୁବତୀ ଓ ତାର ମାନସିକ ଭାରସାମ୍ୟ ହରାଇଥିବା ବାପାକୁ ଭେଟିବା ସହିତ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ।  ଏପରିକି ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିଛନ୍ତି କମିଶନର ଅଧ୍ୟକ୍ଷା । ପରେ ଢେଙ୍କାନାଳ ଜିଲ୍ଲା କାରାଗାର ଓ ଢେଙ୍କାନାଳ ଏସପିଙ୍କୁ ସାକ୍ଷାତ କରି ଏହି ଘଟଣାର କିପରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହୋଇ ଯଥାଶୀଘ୍ର ପୀଡିତାଙ୍କୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ମିଳିବ, ମାମଲା ପରିଚାଳନା ଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ଖୁବ ଶୀଘ୍ର କରାଯାଇପାରିବ ସେ ଦିଗରେ ଢେଙ୍କାନାଳ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

ଏପଟେ ସୋମବାର ରାତିରେ ଏହି ଦୁଷ୍କର୍ମ ଘଟଣାରେ ଫେରାର ଥିବା ୨ଅଭିଯୁକ୍ତଙ୍କ ମଧ୍ୟରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଭାପୁର ଫାଣ୍ଡି ମହୁଲପୁଞ୍ଜି ଗ୍ରାମର କାଠିଆ ମହାରଣା ବୋଲି ଜଣାପଡିଛି । ଫଳରେ ଏହି ଗଣଦୁଷ୍କର୍ମ ଘଟଣାରେ ଗିରଫ ସଂଖ୍ୟା ୫ରେ ପହଁଚିଥିବା ବେଳେ ଏବେ ମଧ୍ୟ ଆଉ ଜଣେ ଫେରାର ରହିଛି ।  ପୋଲିସ ତଦନ୍ତରୁ ଏହି ଘଟଣାରେ ୬ ରୁ ୭ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣେ ଅଭିଯୁକ୍ତ ଗତ ଦେଢ଼ ମାସ ହେଲା ମୃତ୍ୟୁ ଘଟିଥିବା ଜଣାପଡିଛି ।