ନେତା ସାଜିଲେ ଧୋନି

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ । ଏଥର ଯବାନ ପୋଷାକରେ ନୁହେଁ ନେତାଙ୍କ ପୋଷାକରେ ଦେଖିକାବୁ ମିଳିଛି । ଏଥିରେ ସେ କୃର୍ତ୍ତା ଓ ଗାନ୍ଧୀଙ୍କ ଟୋପି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ସେ ରାଜନେତାଙ୍କ ଭଳି ଦୁଇ ହାତ ଉପରକୁ ଟେକି ନମଷ୍କାର କରିଛନ୍ତି। ଧୋନୀଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଉକ୍ତ ଫଟୋର କ୍ୟାପଶନରେ ଲେଖାଯାଇଛି, ଯେଉଁଠାରେ ଜନତା ସେଠାରେ ଆମେ। ଏକ ବିଜ୍ଞାପନ ସୁଟିଂ ପାଇଁ ମହେନ୍ଦ୍ର ସିଂହ ଧୋନି ଏହି ଫଟୋସୁଟ୍ କରିଛନ୍ତି। ଏହା ମୁମ୍ବାଇର ଏକ ବିଜ୍ଞାପନ ପାଇଁ ସୁଟିଂ କରାଯାଇଛି।
ଧୋନି ୧୫ ଦିନ ପାଇଁ ଜମ୍ମୁ-କଶ୍ମୀରରେ ସୈନିକଙ୍କ ସହିତ ରହିଥିଲେ। ସେ ଜୁଲାଇ ୩୧ ତାରିଖରୁ ୧୫ ଅଗଷ୍ଟ ପର୍ୟ୍ୟନ୍ତ ସେନାର ଗତିବିଧି ଉପରେ ନଜର ରଖିଥିଲେ। ଏହି ସମୟରେ ସେ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନ (ପାରା) ସହିତ ସମୟ ବିତାଇଥିଲେ। ଏବେ ଆର୍ମି ଟ୍ରେନିଂରୁ ସେ ପୁଣି ଫେରି ଆସିଛନ୍ତି।