ମ୍ୟାଚ ଖେଳୁ ଖେଳୁ ଧୋନିଙ୍କ ଆଣ୍ଠୁରେ ଆଘାତ

0

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ୪ଟି ମ୍ୟାଚ ଖେଳିଥିିଛି ୨ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଅନ୍ୟ ୨ଟି ବିଜୟ ହୋଇଛନ୍ତି ।ବୁଧବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ନିଜ ଘରୋଇ ପଡ଼ିଆରେ ହରାଇଥିଲା ରାଜସ୍ଥାନ ରୟାଲ୍ସ। ହାରିବା ପରେ ଚେନ୍ନାଇର କୋଚ୍ ଷ୍ଟିଫେନ୍ ଫ୍ଲେମିଂ ସିଏସକେ ପ୍ରଶଂସକଙ୍କୁ ଆଉ ଏକ ଝଟକା ଦେଇଥିଲେ।
ଟୁର୍ଣ୍ଣାମେଣ୍ଟର ଓପନିଂ ମ୍ୟାଚ୍ ଅର୍ଥାତ୍ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ସିଏସକେ ପ୍ରଥମ ମ୍ୟାଚ୍ ଖେଳିବା ସମୟରେ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା କିଛି ସମୟ ସେ ଛୋଟେଇ ଛୋଟେଇ ଚାଲୁଥିବାର ଦେଖିବାକୁୂ ମିଳୁଥିଲା । ଆଘାତ ପରେ ବି ସେ ମ୍ୟାଚ କେଳିଛନ୍ତି ।ଏଥି ସହିତ କାଇଲ ଜେମିସନଙ୍କ ସ୍ଥାନରେଦଳରେ ଅନ୍ତର୍ଭୁକ୍ତ ଦକ୍ଷିଣ ଆଫ୍ରିକାର ପେସର ସିସାନ୍ଦା ମଗାଲା ମଧ୍ୟ ଆହତ ହେବାରୁ ଆସନ୍ତା ଦୁଇ ସପ୍ତାହ ପର୍ୟ୍ୟନ୍ତ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ କ୍ୟାଚ୍ ନେବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।