ମୁମ୍ବାଇ : ମାଛ ଖାଇଲେ ଗୋରା ହୋଇଯାଆନ୍ତି ମହିଳା ଏବଂ ଆଖି ଉଜ୍ଜ୍ବଳ ଦେଖାଯାଏ | ଏପରି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାର ମନ୍ତ୍ରୀ | ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଡକ୍ଟର ବିଜୟକୁମାର ଗାଭିଟଙ୍କର ଏହି ଗୋଟିଏ ବିବୃତ୍ତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ କହିଛନ୍ତି ଯେ ମାଛ ଖାଇବା ହେତୁ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଏବଂ ଚର୍ମ ସୁନ୍ଦର ଦେଖାଯାଏ। ଭାଷଣ ସମୟରେ ମନ୍ତ୍ରୀ ଗାଭିଟ ମାଛ ଖାଇବାର ଲାଭ ବିଷୟରେ କହିଥିବା ବେଳେ ବହୁତ ହସିଥିଲେ।
ବାସ୍ତବରେ, ଧୁଲେ ଜିଲ୍ଲାର ଆଣ୍ଟୁରଲିରେ ଆଦିବାସୀ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ସାମଗ୍ରୀ ବଣ୍ଟନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଦିବାସୀ ବିକାଶ ମନ୍ତ୍ରୀ ଡକ୍ଟର ବିଜୟ କୁମାର ଗାଭିଟ ଏହି ଅବସରରେ ଉପସ୍ଥିତ ମତ୍ସ୍ୟଜୀବୀଙ୍କୁ ସମ୍ବୋଧିତ କରିଥିଲେ।
ଏହି ସମୟରେ ମନ୍ତ୍ରୀ ଗାଭିଟ କହିଛନ୍ତି, ପଣମାନେ ଐଶ୍ବର୍ଯ୍ୟାଙ୍କ ଆଖି ଦେଖିଛନ୍ତି ? ମାଙ୍ଗାଲୁରୁ ସମୁଦ୍ର ତଟରେ ରହୁଥିବା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଏଥିପାଇଁ ସୁନ୍ଦର ଏବଂ ଉଜ୍ଜ୍ବଳ, କାରଣ ସେ ସବୁଦିନ ମାଛ ଖାଉଛନ୍ତି ।
ଏହାସହ ମାଛ ଖାଇବା ଦ୍ବାରା ପୁରୁଷ ଏବଂ ମହିଳାଙ୍କ ତ୍ବଚା ଗୋରା ଦେଖାଯାଏ । ସେମାନଙ୍କ ଆଖି ଉଜ୍ଜ୍ବଳ ହୋଇଉଠେ ବୋଲି କହିଛନ୍ତି ମନ୍ତ୍ରୀ ଗାବିତ । ସେ ଆହୁରି କହିଛନ୍ତି, ମାଛରେ ଏକ ପ୍ରକାର ତେଲ ରହିଛି । ଏହି ତେଲ ଯୋଗୁଁ ଆଖି ଏବଂ ଶରୀର ଉଜ୍ଜ୍ବଳ ହେଉଛି । ତାସହ ମାଛ ଧରିବାର ଉପକାରିତା ସଂପର୍କରେ ଜ୍ଞାନ ମଧ୍ୟ ଦେଇଥିଲେ ମନ୍ତ୍ରୀ ବିଜୟକୁମାର ଗାବିତ ।
ଉଲ୍ଲେଖଯୋଗ୍ୟ, ବିଜୟକୁମାର ଗାଭିଟ ପୂର୍ବରୁ ଏନସିପି ସହିତ ଜଡିତ ଥିଲେ। ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାଭିକ୍ସ ଆଗାଡି ସରକାରରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଆଦିବାସୀ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।