ଆସିଲା ଟିଜର୍, ଏହି ଦିନ ରିଲିଜ ହେବ ରଣବୀରଙ୍କ ‘ଧୁରନ୍ଧର’

0

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର ସିଂହ ରବିବାର ତାଙ୍କ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଅଭିନେତା। ଅଭିନେତାଙ୍କ ଅପକମିଂ ଫିଲ୍ମ ‘ଧୁରନ୍ଧର’ର ଟିଜର ରିଲିଜ ହୋଇଛି । ଟିଜରରେ ରଣବୀର ସିଂ ଦମଦାର ଲୁକ୍ ରେ ନଜର ଆସିଛନ୍ତି । ଯାହା ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍ ବଢ଼ାଇଦେଇଛି । ଏହା ସହ ଫିଲ୍ମର ରିଲିଜ ଡେଟ୍ ବି ଘୋଷଣା କରାଯାଇଛି ।

 

View this post on Instagram

 

A post shared by Ranveer Singh (@ranveersingh)

ଏହି ଫିଲ୍ମରେ ରଣବୀରଙ୍କୁ ଏକ ନୂଆ ଗେଟଅପରେ ଦେଖିବେ ଦର୍ଶକ । ଟିଜରରେ ରଣବୀରଙ୍କୁ ଲମ୍ବା କେଶ, ଦାଢ଼ି ସହିତ ପାଟିରେ ସିଗାରେଟ୍ ଥିବା ଦେଖିବା ମିଳିଛି । ଏହା ସହିତ ରଣବୀରଙ୍କ ବ୍ୟାକ୍ ସାଇଡରୁ ଚାଲୁଥିବାର ଏକ ସଟ୍ ଆରମ୍ଭ ହୋଇଛି । ଫୁଲ ପ୍ୟାକେଜର ଏହି ଫିଲ୍ମଟି ରହିଥିବା ଟିଜରରୁ ଦେଖିବାକୁ ମିଳୁଛି । ଟିଜରରେ ଜବରଦସ୍ତ ଆକ୍ସନ୍, ଡ୍ରାମା, ଷ୍ଟଣ୍ଟରେ ଭରପୁର ରହିଛି । ୨ ମିନିଟ୍ ୩୯ ସେକେଣ୍ଡର ଏହି ଟିଜରଟି ଆର ମାଧବନଙ୍କ କଣ୍ଠ ସ୍ଵରରୁ ଆରମ୍ଭ ହେଉଛି। ଟିଜରରୁ ଜଣାପଡ଼ୁଛି ଯେ, ଫିଲ୍ମର କାହାଣୀ ଏକ ଗୁପ୍ତ ମିଶନ ଉପରେ ଆଧାରିତ। ଯେଉଁଥିରେ ରଣବୀର ସିଂହ ସମ୍ଭବତଃ ଜଣେ ଗୁପ୍ତ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି। ଟିଜରରେ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଛନ୍ତି। ଏଥିରେ ଆର ମାଧବନ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଫିଲ୍ମ ଧୁରନ୍ଧରର ନିର୍ଦ୍ଦେଶନା ଆଦିତ୍ୟ ଧର ଦେଇଥିବା ବେଳେ ଏହାକୁ ପ୍ରଡ୍ୟୁସ କରିଛନ୍ତି ଲୋକେଶ ଧର ଓ ଜ୍ୟୋତି ଦେଶପାଣ୍ଡେ । ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର ସିଂ ଅଭିନୟ କରିଛନ୍ତି । ଏହାଛଡା ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ଆର ମାଧବନ ଓ ଅକ୍ଷୟ ଖାନ୍ନାଙ୍କୁ ମଧ୍ୟ ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ଟିଜରରେ ସବୁ ଷ୍ଟାରଙ୍କୁ ଆକ୍ସନ ମୋଡ୍ ରେ ଦେଖିବାକୁ ପାଇବେ ଦର୍ଶକ । ଧୁରନ୍ଧର ୨୦୨୫ ଡିସେମ୍ବର ୫ରେ ରିଲିଜ ହେବ ।