ବ୍ୟୁରୋ : ଏକ ନିର୍ଦ୍ଧିଷ୍ଟ ଋତୁରେ ହିଁ କିଛି ପରିବା ଖାଇବାକୁ ଭଲ ଲାଗିଥାଏ । କିଛି ପରିବା ଋତୁ ଜନିତ ହୋଇଥାନ୍ତି । ଆଉ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ହେଲେ ବର୍ଷସାରା ମିଳୁଥିବା କିଛି ପରିବା ବି ଦେହ ପାଇଁ ବହୁ ହିତକର ହୋଇଥାନ୍ତି । ଯେଉଁଥିରେ କଞ୍ଚା କଦଳୀ ହେଉଛି ଅନ୍ୟତମ । ବର୍ଷସାରା ମିଳୁଥିବା କଦଳୀ ଅନେକ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଓଜନ କମାଇବାରୁ ଆରମ୍ଭ କରି ଡାଇବେଟିସ୍ ଏବଂ ଡାଇରିଆ ସମସ୍ୟାକୁ ମଧ୍ୟ କମ୍ କରିବାରେ ରାମବାଣ ଭଳି କଞ୍ଚା କଦଳୀ କାମ କରେ ।
-
ତେବେ ଜାଣି ରଖନ୍ତୁ କଞ୍ଚା କଦଳୀରେ କେଉଁ ଲାଭ ରହିଛି ?
କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ।- ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
- କଞ୍ଚା କଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକର ଷ୍ଟାର୍ଚ ଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
- ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ ।
- ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।