ବ୍ୟାପିଛି ଝାଡାବାନ୍ତି: ୧୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

0

ନବରଙ୍ଗପୁର : ନବରଙ୍ଗପୁରରେ ବ୍ୟାପିଛି ଝାଡାବାନ୍ତି ।  ଝାଡାବାନ୍ତିରେ ୧୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଖାତିଗୁଡା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା କୁହାଯାଉଛି । ଗତକାଲି ୯ ଜଣ ଛାତ୍ର ଛାତ୍ରୀ  ମେଡିକାଲ ଯାଇଥିଲେ । ଆଜି ଆଉ ୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଘଟଣା  ପରେ ସ୍କୁଲରେ ପହଞ୍ଚି ମେଡିକାଲ ଟିମ ଯାଞ୍ଚ କରୁଛି । ପରୀକ୍ଷା ପାଇଁ ପାଣି ଏବଂ ଖାଦ୍ୟର ନମୁନା ପଠାଗଲା । କେଉଁଥିପାଇଁ ଏହା ବ୍ୟାପିଛି ତାହା ଅସ୍ପଷ୍ଟ ।