ବ୍ୟୁରୋ: ମାଟିକୁ ଜୀବନ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ଗଢୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ଏମିତି ଏକ କାରିଗର ଅଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ । ଆଉ ସେ କାରିଗର ଜଣକ ହେଉଛନ୍ତି ବୀରକିଶୋର ସାହୁ । ବିଭିନ୍ନ ପ୍ରତିକୂଳ ସ୍ଥିତି ଭିତରେ ଆଗକୁ ବଢିଛନ୍ତି ବୀରକିଶୋର । ମାଟିକୁ ସୁନ୍ଦର ରୂପ ଦେଇ ଗଡି ଚାଲିଛନ୍ତି ମୂର୍ତ୍ତି । ବିଭିନ୍ନ ପର୍ବପର୍ବାଣୀରେ ଲୋକଙ୍କ ଚାହିଦାକୁ ନେଇ ଗଢିଚାଲନ୍ତି ବିଭିନ୍ନ ଦେବାଦେବୀଙ୍କ ମୁର୍ତ୍ତି । ହେଲେ ନିୟତି ଆଜି ତାଙ୍କ ପ୍ରତି କଠୋର ହୋଇଛି । ଗତ ୬ ବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି ବିରକିଶୋର । ଗୋଟିଏ ହାତ, ଗୋଟିଏ ଗୋଡ ତାଙ୍କର ଅଚଳ ହୋଇପଡିଛି । ଅନ୍ୟ ଗୋଟିଏ ହାତରେ ସେ ମୂର୍ତ୍ତିା ଛାଞ୍ଚ ପକାଇବା ଠାରୁ ଆରମ୍ଭ କରି ଛଣ ବାନ୍ଧିବା , ଶେଷ ରୂପ ଯାଏଁ ସବୁ କାମ ଏକାଏକା କରିଚାଲିଛନ୍ତି । ସମସ୍ୟା ହେଲେ ସାହଯୋଗ କରନ୍ତି ପୁଅ । ନଚେତ୍ ଏକାକୀ ମୂର୍ତ୍ତି ଗଢନ୍ତି ବୀରକିଶୋର । ଏପରି ଅବସ୍ଥାରେ ସେ ନିଜ କର୍ମରେ ଅଭ୍ୟସ୍ତ ଥିବାବେଳେ ବୀରକିଶୋରଙ୍କ ସ୍ଥିତି ପ୍ରଶାସନର ଦୃଷ୍ଟିରେ ପଡିନି । ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିନି ।ଏପରି ସ୍ଥଳେ ତାଙ୍କର ଏପରି ଅବସ୍ଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ସ୍ଥାନୀୟ ସମାଜସେବୀ ।