ଆଦାନୀ ଦେଇଛନ୍ତି କି ଲାଞ୍ଚ ? : ଅଭିଯୋଗ ଆଧାରରେ ଓଡିଶାରେ ହଟଚମଟ….

0

ବ୍ୟୁରୋ : ଆମେରିକାରେ ଆଦାନୀଙ୍କ ନାଁରେ ଠକେଇ ଅଭିଯୋଗ । ଶିଳ୍ପପତି ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ପ୍ରକାଶ କରିଛି ଯେ, ଓଡିଶାରୁ ୫୦୦ ମେଗାୱାଟ ସୌର ଶକ୍ତି କିଣିବା ଲାଗି ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ ସହ ବିଦ୍ୟୁତ୍ ଯୋଗାଣ ଚୁ୍‌କ୍ତି କରିବାକୁ ରାଜ୍ୟର ସରକାରୀ ଅଧିକାରୀଙ୍କ ସହ କୋଟି କୋଟି ଟଙ୍କାର ଲାଞ୍ଚ କାରବାର କରିଛି ଆଦାନି ।

 

ଭାରତରେ ଏହି ଚୁକ୍ତି ଜିତିବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର ତଥା ପ୍ରାୟ ୨୨୦୦କୋଟି ଟଙ୍କା ଲାଞ୍ଚ ଦେଇଥାଇପାରନ୍ତି । ନହେଲେ ହୁଏତ ଏପରି ଯୋଜନା କରିଥିଲେ । ଏହି ମାମାଲା ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହ ଜଡ଼ିତ। ଏହି ମାମଲା ନ୍ୟୁୟର୍କ ଫେଡେରାଲ କୋର୍ଟରେ ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖରେ ଦାୟର ହୋଇଥିଲା।

 

 

ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ, ବିନୀତ ଏସ ଜୈନ, ରଞ୍ଜିତ ଗୁପ୍ତା, ସିରିଲ କାବେନିସ, ସୌରଭ ଅଗ୍ରୱାଲ, ଦୀପକ ମାଲହୋତ୍ରା ଏବଂ ରୂପେଶ ଅଗ୍ରୱାଲଙ୍କ ନାମ ଏହି ମାମଲାରେ ଅନ୍ତର୍ଭୁକ୍ତ ଅଛି ।

ରଏଟର୍ସ ରିପୋର୍ଟ ଅନୁସାରେ, ଗୌତମ ଆଦାନୀ ଏବଂ ସାଗରଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ସାଗର ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଜଣେ ଅଧିକାରୀ। ଆମେରିକୀୟ ନିବେଶକ ଏବଂ ବ୍ୟାଙ୍କ ଗୁଡିକୁ ଲାଞ୍ଚ ଟଙ୍କା ସଂଗ୍ରହ କରିବା ପାଇଁ ମିଛ କହିଥିବା ଅଭିଯୋଗ ହୋଇଛି । ଆମେରିକୀୟ ନିବେଶକ ଏବଂ ଆମେରିକୀୟ ଆଇନ ଅନୁଯାୟୀ ଲାଞ୍ଚ ଆକାରରେ ଟଙ୍କା ଦେବା ଏକ ଅପରାଧ ହୋଇଥିବାରୁ ଆମେରିକାରେ ଏହି ମାମଲା ରୁଜ୍ଜୁ କରାଯାଇଛି ।