ଭୁବନେଶ୍ୱରରୁ OSRTC ଡ୍ରାଇଭରକୁ ଉଠାଇନେଲା ଦିଗପହଣ୍ଡି ପୋଲିସ

0

ଦିଗପହଣ୍ଡି: ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ OSRTC ଡ୍ରାଇଭରକୁ ଉଠାଇନେଲା ଦିଗପହଣ୍ଡି ପୋଲିସ । ଭୁବନେଶ୍ୱର ଖଣ୍ଡଗିରି OSRTC ଡିପୋରେ ଥିଲା ଡ୍ରାଇଭର । ଖବର ପାଇ ଭରତପୁର ପୋଲିସ ସହାୟତାରେ ଉଠାଇନେଲା । ତେବେ ଏହି ଘଟଣାରେ ପଚରାଉଚରା ପାଇଁ ଓଏସଆରଟିସି ବସ ଡ୍ରାଇଭରକୁ ଉଠାଇ ନେଇଛି ପୋଲିସ।

ଅନ୍ୟପଟେ ବସ୍ ଦୁର୍ଘଟଣା ନେଇ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ମିନି ବସର ନଥିଲା ପରମିଟ୍ । ୨୫ ବର୍ଷ ତଳର ପୁରୁଣା ଗାଡ଼ି ଗାଇଡଲାଇନର ଉଲ୍ଲଂଘନ କରି ଚାଲୁଥିଲା। ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା । ପୁରୁଣା ଗାଡ଼ି ଯୋଗୁଁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା। ବସ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି।