ଲକ୍ଷ୍ନୌ: ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ । ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଦଳର ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ସହ ଜରିମାନା ବାବଦକୁ ମ୍ୟାଚ ଫିର ୫୦%ଅର୍ଥ କଟିଦିଆଯାଇଛି । ତେବେ ଗତକାଲି ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଦିଗଭେଶ ଓ ଅଭିଷେକ ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଭିଷେକଙ୍କୁ ଆଉଟ କରିବା ପରେ ଦିଗଭେଶ ନୋଟବୁକ ସେଲିବ୍ରେଶନ କରିବା ସହ ବ୍ୟାଟ୍ସମ୍ୟାନଙ୍କୁ ବାହାରକୁ ଯିବା ପାଇଁ ରାସ୍ତା ଦେଖାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅମ୍ପାୟର ଦୁଇଜଣଙ୍କୁ ଶାନ୍ତ କରିଥିଲେ ।
ପୂର୍ବରୁ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ଦଣ୍ଡିତ ହୋଇଥିଲେ । ଦିଗଭେଶଙ୍କୁ ଏବେ ଓଭରାଲ ୫ ଡିମେରିଟ ପଂଏଟ ଦିଆଯାଇଛି । ଲକ୍ଷ୍ନୌ ଏହି ମ୍ୟାଚରେ ବିଜୟ ହାସଲ କରିବା ଯୋଗୁ ହାଇଦ୍ରାବାଦର ପ୍ଲେ ଅଫ ପ୍ରବେଶ ଆଶା ଧୂଳିସାତ ହୋଇଛି ।