ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ପୁଣି ହଠାତ ଅସୁସ୍ଥ ହୋଇ ପଡିଲେ ବଲିଉଡର ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାର । ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବାରୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତକାଲି ତାଙ୍କ ଶ୍ୱାସକ୍ରିୟାରେ ହଠାତ ଯନ୍ତ୍ରଣା ଅନୁଭବ କରିଥିଲେ ଦିଲ୍ଲୀପ । ଏବେ ତାଙ୍କ ସ୍ୱସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହା ପୂର୍ବରୁ ଜୁନ ୬ରେ ମଧ୍ୟ ଦିଲ୍ଲୀପ ଅସୁସ୍ଥ ହୋଇ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫୁସଫୁସ ବାହାରେ ତରଳ ପଦାର୍ଥ ଜମି ଯାଇଥିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ । ତେବେ ୫ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।