ସାଙ୍ଗ ବିବାହରେ ମସ୍ତି ପରେ ଅସୁସ୍ଥ ଦୀପିକା 

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସାଙ୍ଗ ସାଥୀଙ୍କ ଭୂମିକା ରହିଛି । ଏମାନଙ୍କ ସହ ଜୀବନ ହସ ଖୁସିରେ ବିତିଯାଏ କି ଦୁଃଖ, କଷ୍ଟ ମଧ୍ୟ ମଣିଷ ପାଖରେ ହାର ମାନିନିଏ । ଆଉ ଯେତେବେଳେ ଏହି ସାଙ୍ଗସାଥିଙ୍କ ବିବାହର ସମୟ ଆସେ, ସେତେବେଳେ ମଣିଷ ଭିତରେ ଏକ ନିଆରା ଆନନ୍ଦ, ଉତ୍ସାହ ଦେଖିବାକୁ ମିଳିଥାଏ । ଏହା ଗରିବ ଠାରୁ ଧନୀ, ସହରୀ ଠାରୁ ଗାଉଁଲି ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଆଇ ଏଥିରୁ ବାଦ ବା କେମିତି ପଡିଥାନ୍ତେ ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦୁକୋନ ।
ନିକଟରେ ଦୀପିକାଙ୍କ ସାଙ୍ଗ ଉର୍ବଶୀ କୋଶବାନୀଙ୍କ ବିବାହ ହୋଇଥିଲା । ଏହି ସୁଯୋଗକୁ ହାତଛଡା କରି ନ ଥିଲେ ଦୀପିକା । ସେ, ସ୍ୱାମୀ ରଣବୀରଙ୍କ ସହ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଖାଲି ସାମିଲ ହୋଇ ନ ଥିଲେ, ବରଂ ମସ୍ତିରେ ମସଗୁଲ ହୋଇଯାଇଥିଲେ । ଏମିତି ନାଚ ଗୀତରେ ମାତିଲେ କି ସ୍ୱାମୀ ରଣବୀରଙ୍କୁ ମଧ୍ୟ ଭୁଲିଯାଇଥିଲେ । କିନ୍ତୁ ବିବାହରେ ମାତ୍ରାଧିକ ମସ୍ତି କରିବା ପରେ ଏବେ ଦୀପିକା ଅସୁସ୍ଥ । ଏହାକୁ ନେଇ ଦୀପିକା ତାଙ୍କ ଇଂଷ୍ଟାଗ୍ରାମ ପେଜରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଯେତେବେଳେ ଆପଣ ନିଜ ବେଷ୍ଟ ଫ୍ରେଣ୍ଡର ବିବାହରେ ଅଧିକ ମସ୍ତି କରିବେ..
ଫଟୋରେ ଦୀପିକା ମୁହଁ ପାଖରେ ଥର୍ମୋମିଟର ରଖିଥିବା ଦେଖିବାକୁ ମିଳୁଛି । କିନ୍ତୁ କିଛି ଦିନ ପୂର୍ବ ପର୍ଯ୍ୟନ୍ତ ଦୀପିକା ଓ ରଣବୀର ସିଂହଙ୍କ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉଭୟ ମସ୍ତିରେ ଝୁମୁଥିଲେ, ମନଭରି ଡାନ୍ସ କରୁଥିଲେ । ଏହି ଅବସରରେ ରଣବୀର ମଧ୍ୟ ତାଙ୍କ ଫିଲ ଗଲି ବୟରେ ର୍ୟାମ୍ପ କରିଥିଲେ ।