ଭୁବନେଶ୍ବରରୁ ସିଧାସଳଖ ୩ ଆନ୍ତର୍ଜାତିକ ସହରକୁ ବିମାନ ଉଡ଼ାଣ

0

ଭୁବନେଶ୍ୱର: ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁରକୁ ଉଡିବ ବିମାନ । ଏହି ରୁଟ୍‌ରେ ବିମାନ ଚଳାଇବାକୁ ଆବେଦନ କରିଥିଲା ଇଣ୍ଡିଗୋ ।ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବାଜିଛି ମୋହର । ଏହି ସବୁ ସହରକୁ ବିମାନ ଚଳାଚଳ ପାଇଁ ଆବେଦନ କରିଛି ଇଣ୍ଡିଗୋ କମ୍ପାନୀ। ସପ୍ତାହକୁ ୩ଟି ଓ ୨ଟି ବିମାନ ଚଳାଚଳ କରିବ । ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି । କ୍ୟାବିନେଟରେ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି ।ଦୁବାଇ ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ଭୁବନେଶ୍ବରରୁ ସିଧାସଳଖ ୩ ଆନ୍ତର୍ଜାତିକ ସହରକୁ ବିମାନ ଉଡ଼ାଣ ନେଇ ପ୍ରତିଶ୍ରୁତି ଦେଇଥିଲେ ।ଇଣ୍ଡିଗୋ ୧୮୬ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ ।

ବିମାନଚଳାଚଳର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେଣୁ ଟିକେଟ୍‌ରୁ ମିଳିବାକୁ ଥିବା ରାଜସ୍ୱ ରାଜ୍ୟ ସରକାର ରଖିବେ । ତିନିଟି ସ୍ଥାନକୁ ସିଧା ଆନ୍ତର୍ଜାତିକ ବିମାନ ଉଡାଣ ଫଳରେ ଓଡ଼ିଶାବାସୀ ଅଳ୍ପ ଖର୍ଚ୍ଚରେ ସୁବିଧାରେ ଯାତ୍ରା କରି ପାରିବେ ।ବିମାନ ଚଳାଚଳ କଂପାନୀ ପକ୍ଷରୁ ଆସିଥିବା ବିଡ୍‌କୁ ମଂଜୁରୀ ମିଳିଛି । ବିମାନ ଚଳାଚଳ କଂପାନୀଠାରୁ ଏନେଇ ଟେଣ୍ଡର ଆହ୍ୱାନ ହୋଇଥିଲା । ଇଣ୍ଡିଗୋ ଏଥିପାଇଁ ବିଡ୍ ଦେଇଛି ।