ଦିଗପହଣ୍ଡି ଦୁର୍ଘଟଣା ;ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଁଏ ସହାୟତା ଘୋଷଣା

0

ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଦିଗପହଣ୍ଡି ଦୁର୍ଘଟଣାରେ ମୃତକଙ୍କ ଲାଗି ସହାୟତା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଘୋଷଣା । ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଁଏ ସହାୟତା ଘୋଷଣା । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆହତଙ୍କ ଚିକିତ୍ସା ଲାଗି ଏସଆରସି ପକ୍ଷରୁ ସହାୟତା ଘୋଷଣା । ପ୍ରତି ଆହତଙ୍କୁ ୩୦ ହଜାର ଟଙ୍କା ସହାୟତା ଲାଗି ଏସଆରସି ଘୋଷଣା ।ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଓ ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି ଆହତଙ୍କ ଚିକିତ୍ସା ପାଇଁ ଗଞ୍ଜାମ ପ୍ରଶାସନ ୩୦ ହଜାର ଟଙ୍କା ଘୋଷଣା କରିଛି ଗଞ୍ଜାମ ପ୍ରଶାସନ ।