ଜାଣିଛନ୍ତି କି ? : ଏମିତି ଥିଲେ ରେଲୱେ ଟିକେଟରେ ମିଳିବ ରିହାତି…

0

ବ୍ୟୁରୋ : ଭାରତୀୟ ରେଲୱେକୁ ଦେଶର ଲାଇଫ ଲାଇନ କୁହାଯାଇଥାଏ । କାରଣ ପ୍ରତ୍ୟେକ ଦିନ ପ୍ରାୟ ୨.୫ କୋଟିରୁ ଅଧିକ ଯାତ୍ରୀ ରେଳ ମାଧ୍ୟମରେ ଯାତାୟାତ କରନ୍ତି । ସାଧାରଣତଃ ଟ୍ରେନରେ ଅଧିକାଂଶ ଲୋକ ରିଜର୍ଭେସନ୍ ରେ ଯିବା ପାଇଁ ପସନ୍ଦ କରନ୍ତି।
କ’ଣ ଆପଣ ଜାଣନ୍ତି କି ? ଏଭଳି କିଛି ଲୋକ ରହିଛନ୍ତି ଯେଉଁମାନେ ରିଜର୍ଭେସନ କରିବା ପରେ ଟିକେଟ ବୁକିଂରେ ରିହାତି ମିଳିବାର ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଏହି ରିହାତି କାହାକୁ ଓ କେତେ ମିଳେ ?
ରେଲୱେରେ ନିୟମ ମୁତାବିକ, କିଛି ଯାତ୍ରୀଙ୍କ ଭଡା କିଛି ମାତ୍ରାରେ ଛାଡ କରାଯାଏ । ଏହି ଛାଡ ଟିକେଟ ବେସିକ ଭଡାରେ ମିଳିଥାଏ । କିନ୍ତୁ ତାହା ଏହି କଥା ଉପରେ ନିର୍ଭର କରେ ଯେ, ଆପଣ କେଉଁ ଟ୍ରେନ ରେ ଯାତ୍ରା କରୁଛନ୍ତି, ସୁପରଫାଷ୍ଟ, ଏକ୍ସପ୍ରେସ କିମ୍ବା ସ୍ପେଶାଲ ଟ୍ରେନରେ ଯାଉଛନ୍ତି । ସେହି ଆଧାରରେ ଛାଡ଼ ଦିଆଯିବ ।

ଭାରତୀୟ ରେଲଓ୍ବେ ନିୟମ ଅନୁଯାୟୀ, ବିକଳାଙ୍ଗ, ଦୃଷ୍ଟିହୀନ ବ୍ୟକ୍ତି, ପକ୍ଷାଘାତ, କ୍ୟାନସର ଓ ଟିବି ପେସେଣ୍ଟ, କିଡନୀ ଓ ଅଣ-ସଂକ୍ରାମକ କୁଷ୍ଠ ରୋଗୀଙ୍କ ଭଡାରେ ରିହାତି ଦିଆଯାଏ। ଏତଦବ୍ୟତୀତ ଆତଙ୍କବାଦୀ କିମ୍ବା ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ଶହୀଦ ଯବାନଙ୍କ ବିଧବା ପତ୍ନୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଏ। ସେହିଭଳି ପୋଲିସ କର୍ମୀଙ୍କ ବିଧବା ପତ୍ନୀ, ରାଷ୍ଟ୍ରୀୟ ପୁରସ୍କାର ବିଜେତା ଶିକ୍ଷକ,ଶ୍ରମ ପୁରସ୍କାର ବିଜେତା, ଔଦଗିକ ଶ୍ରମିକ ଓ ବରିଷ୍ଠ ନାଗରିକଙ୍କୁ ରିହାତି ଦେବାର ନିୟମ ରହିଛି।

ଏହି ନିୟମାନୁସାରେ, ଗ୍ରାମାଞ୍ଚଳର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଯାତ୍ରା କରିବା ସମୟରେ ଟିକେଟ ଫି’ରେ ୭୫% ରିହାତି ମିଳେ । ଏହା ସହ ୟୁପିଏସ୍ସି ମେନ୍ ରିଟିନ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଙ୍କ ମଧ୍ୟ ୫୦% ରିହାତି ମିଳିଥାଏ। ଏବଂ ରେଲୱେ ଦ୍ୱାରା ଚିହ୍ନଟ ହୋଇଥିବା ରୋଗୀ ଯେମିତି କି ହାର୍ଟ କିମ୍ବା କିଡ୍ନୀ ପେସେଣ୍ଟଙ୍କୁ ୭୫% ରିହାତି ମିଳିବାର ନିୟମ ରହିଛି ।