(ଖୋର୍ଦ୍ଧା / ଶେଖ ଅରଶଦ୍ ଉଲ୍ ହକ୍ ) : ସ୍ୱାମୀ ବିବେକାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଦୁଇ ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମିତ ସେମିନାର ହଲରେ ବହୁ ଉଚ୍ଚ ପ୍ରତିଷ୍ଠିତ ବିଜ୍ଞ ଅନୁଭବି ଅନୁସନ୍ଧାନରତ ବିଜ୍ଞାନ ପ୍ରେମି ଛାତ୍ର ଛାତ୍ରୀଙ୍କ ଗହଣରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଇଂ. ଆଶିଷ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଭାଇସ୍ଚେୟାରମ୍ୟାନ ଇଂ. ଶର୍ମିଷ୍ଠା ଜେନା, ଅଧ୍ୟକ୍ଷ ପ୍ରଫେସର ଡ଼ଃ.ରମେଶ ଚନ୍ଦ୍ର ନାୟକ, ମୁଖ୍ୟ ଅତିଥି ପ୍ରଫେସର ଡ଼ଃ. ସପନ ଭୌମିକ, ମୁଖ୍ୟ ବକ୍ତା ପ୍ରଫେସର ଡ଼ଃ.ସୁକାନ୍ତ କୁମାର ଦାସ, ପ୍ରଫେସର ଡ଼ଃ ପୟୋଧର ପାଢୀ, ସମ୍ମାନିତ ଅତିଥି ପ୍ରଫେସର ଡ଼ଃ. କ୍ଷୀରୋଦ କୁମାର ରାଉତ, ଡ଼ଃ. ନୂତନ କୁମାର ଦାସ, ମୁଖ୍ୟ ବକ୍ତା ପ୍ରଫେସର ଡ଼ଃ. ସ୍ୱରୂପ କୁମାର ମହାପାତ୍ର, ପ୍ରଫେସର ଡ଼ଃ. ମନ୍ମଥ କୁମାର ରାଉଳ ଅନୁଷ୍ଠାନର ସମସ୍ତ ବିଭାଗୀୟ ମୁଖ୍ୟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ତଥା ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ଆଲୋଚନା ଚକ୍ରରେ ଇଂ. ଆନାଲାଇସିସ୍ ଉଇଥ ଆନସାଇ ସ୍ୱାର୍କ ବେଂଚ୍ – ୨୦୧୯ ବିଷୟରେ ଆଲୋଚନା ହୋଇଥିଲା । ଆଇ.ଆଇ.ଟି. ଖଡ଼ଗପୁରର ରିସର୍ଚ୍ଚ ସ୍କଲାର ଶିବାଜୀ ବେହେରା ସେମିନାରରେ ଭାଗ ନେଇଥିବା ସଦସ୍ୟମାନଙ୍କୁ ଆନସାଇସ୍ ବିଷୟରେ ବୁଝାଇଥିଲେ । ପ୍ରଫେସର ଡ଼ଃ. ହିମାଂଶୁ ଶେଖର ମହାରଣା ଯୁବ ଇଞ୍ଜିନିୟରମାନଙ୍କୁ ଜ୍ଞାନ ଆହାରଣର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଅନୁଷ୍ଠାନର ଶେଷ ପର୍ଯ୍ୟାୟରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାଙ୍କୁ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଇଂ. ସୁଶୋଭନ ସରକାର ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।