ଅନୁଗୋଳ/ ସୁଧାକର ସାହୁ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପଂଚାୟତର ଗୋପିବଲ୍ଲଭପୁର ଠାରେ ନାଲକୋର ଉତ୍କଳ “ଡି” ଓ “ଇ”, କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଖଣି ଅଂଚଳରେ ଘରୋଇ କମ୍ପାନୀ ଦ୍ୱାରା ମାଟି ଓ କୋଇଲା ଖନନ କାର୍ୟ୍ୟ କରାଯାଉଛି । ଫଳରେ ନାଣ୍ଡିଛୋଡ କ୍ଷତିଗ୍ରସ୍ତ ପ୍ରଜାମାନେ ଖଣି ଅଂଚଳରେ ଖନନ କାର୍ୟ୍ୟକୁ ବିରୋଧ କରି ବନ୍ଦ କରିବା ସହିତ ଧାରଣାରେ ବସି ରହିଥିଲେ । ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ବୁଝା ସୁଝା ପାଇଁ ଉଦ୍ୟମ କରଥିଲେ ମଧ୍ୟ କୋଣସି ବାଟ ବାହାରି ପାରିନଥିଲା । କ୍ଷତିଗ୍ରସ୍ତ ପ୍ରଜାଙ୍କ କହିବାନୁଯାଇ ବର୍ତମାନ ସୁଦ୍ଧା ଜମିହରା ପ୍ରଜା ତାଙ୍କର କ୍ଷତିପୁରଣ ରାଶି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିନାହାନ୍ତି କିମ୍ବା ନାଲକୋ କମ୍ପାନୀ ଏପର୍ୟ୍ୟନ୍ତ କୌଣସି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରଦାନ କରିନାହାନ୍ତି । ଯେ ପର୍ୟ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ୟ୍ୟନ୍ତ ଧାରଣାରେ ବସିବେ ବୋଲି ଜିଦ ଧରି ବସିଛନ୍ତି କ୍ଷତିଗ୍ରସ୍ତ ପ୍ରଜା । ଧାରଣା ଦେବାରୁ କମ୍ପାନୀ କାର୍ୟ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଧାରଣାକାରୀଙ୍କୁ ବୁଝା ସୁଝା କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ କିଛି ଦିନ ପୂର୍ବେ ପ୍ରାୟ ଚାଳିଶି ଜଣ ପୁରୁଷ ଓ ମହିଳାଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପୁଣି ଆଜି ମହିଳା ମାନେ ଧାରଣା ଦେଇଥିବା ବେଳେ ପୋଲିସ ୧୦ ରୁ ୧୫ଜଣ ମହିଳାଙ୍କୁ ଉଠାଇ ଆଣିବା ସହ ଧାରଣା ସ୍ଥଳରେ ଥିବା ଅସ୍ଥାୟୀ ପାଲଭିଡ଼ା ଘରକୁ ଭାଙ୍ଗିବା ସହ ଧାରଣା ସ୍ଥଳରୁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଜୋରଜବରଦସ୍ତ ପୋଲିସ ଓ ପ୍ରଶାସନ ଦ୍ଵାରା ତଡ଼ି ଦିଆଯାଇଥିବା ବେଳେ। ଏହା ପରେ ବର୍ଷା ହୋଇଥିବା ବେସାହାରା ହୋଇ ରାସ୍ତାରେ ଭିଜୁଛନ୍ତି କ୍ଷତିଗ୍ରସ୍ତ ପ୍ରଜା।