ଅଷ୍ଟ୍ରେଲିଆ ସିରିଜରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

0

ଅଷ୍ଟ୍ରେଲିଆରେ ହେବାକୁ ଥିବା ୩ ଦିନିଆ ସରିଜ୍ ପାଇଁ ବିସିସିଆଇ ଟିମ୍ ଘୋଷଣା କରିଛି । ଏହି ତାଲିକାରେ କ୍ୟାପଟେନ୍ ରୋହିତ ଶର୍ମା, ଭାଇସ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେ ଏଲ ରାହୁଲଙ୍କୁ ଅଧିନାୟକ ଦାଇତ୍ୱ ତୁଲାଇବେ । ଆଉ ଉପ ଅଧିନାୟକ ହୋଇଛନ୍ତି ଦଳର ଭେଟେରାନ ଅଲ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ।

୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ କେ ଏଲ ରାହୁଲ କ୍ରିକେଟରେ ଡେବ୍ୟୁ କରିଥିଲେ । ଜାଡେଜା ଡେବ୍ୟୁ କରିଥିଲେ ୨୦୦୯ ମସିହାରେ । ୨୦୧୪ରେ ପ୍ରଥମେ ପ୍ରଥମେ ଭଲ ପରଫରମାନ୍ସ ଦେଖାଇ ସେ ବିସିସିଆଇର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ପରବର୍ତୀ ସମୟରେ ତାଙ୍କ ମ୍ୟାଚ ଏତେଟା ଆକର୍ଷଣୀୟ ହୋଇ ନ ଥିଲା । ବିଭିନ୍ନ ମ୍ୟାଚରେ ସେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରାଇଥିଲେ ।

୨୦୨୩ ଆଇପିଏଲରେ କେ ଏଲ ରାହୁଲ ବାଙ୍ଗଲୋର ଓ ଲକ୍ଷେ୍ନø ମ୍ୟାଚ ବେଳେ ତାଙ୍କ ଜଙ୍ଗରେ ଆଘାତ ଲାଗିଥିଲା ତେଣୁ ସେ ଖେଳରୁ ଦୁରରେ ରହିଥିଲେ । ଏହି ସମୟରେ ଋଷଭ ପନ୍ତଙ୍କ ଭଳି ଏକାଧିକ ଖେଳାଳି ଆହତ ହୋଇଥିଲେ । କିନ୍ତୁ କେଏଲ ରାହୁଲ ଏନସିଏରୁ ସିଧା ଟିମକୁ ଆସିଥିଲେ । ଏସିଆ କପରେ ପାକିସ୍ତାନ ବିପକ୍ଷରେ ପୁଣି ଖେଳି ଥିଲେ କେଏଲ୍ ରାହୁଲ । ସେହି ମ୍ୟାଚରେ ରାହୁଲ ଶତକ ମାରିଥିଲେ । ତାଙ୍କର ଗୋଟିଏ ପାଳି ଦେଖି ବିସିସିଆଇ ଯେମିତି କୁତୁକୁତୁ ହୋଇ ଯାଇଥିଲା । ତାଙ୍କୁ ସିଧା ଦଳର କ୍ୟାପଟେନ୍ ଦାୟିତ୍ୱ ଦେଇ ଦେଇଛି । ଆଉ ଜାଡ଼ଜାଙ୍କୁ ଭାଇସ୍ କ୍ୟାପଟେନ୍ ।

କ୍ରିକେଟ ପ୍ରେମୀଙ୍କ ମନରେ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ଜାଡେଜାଙ୍କ ପରି ପୁରାତନ ଖୋଳି ଥାଉ ଥାଉ କେ ଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ କାହିଁକି ଦେଇଛି ବିସିସିଆଇ । କେବଳ ଅଧିନାୟକ କାହିଁକି ବିଭିନ୍ନ ସମୟରେ ସେ ଖରାପ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଦଳରେ ସ୍ଥାନ ପାଇ ଆସୁଛନ୍ତି । ସିଲେକ୍ଟର ଅଜିତ ଅଗର ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଭୂମିକାକୁ ନେଇ ଅନେକ ଏବେ ପ୍ରଶ୍ନ ଉଠାଇଲେଣି । ଚର୍ଚା ହେଉଛି ରାହୁଲ ଓ କେଏଲ ରାହୁଲ ଦକ୍ଷିଣ ଭାରତୀୟ ହୋଇ ଥିବାରୁ ତାଙ୍କର ଭଲ ବଣ୍ଡିଂ ରହିଛି ।