ବିଜେଡିରେ ବଢୁଛି କଳି; ବିଜେପିରେ ଯୋଗଦେଇପାରନ୍ତି ସସ୍ମିତ ପାତ୍ର !

0

ଭୁବନେଶ୍ୱର; ବିଜେଡିରେ ବଢୁଛି କଳି । ବିଭିନ୍ନ ସ୍ଥାନରେ ଭଳିକି ଭଳି ବୈଠକ ହେଉଥିବା ଦେଖିବାକୁ ମିଳୁଛି । କାରଣ ୱାକଫ୍ ବିଲ୍ କୁ ନେଇ ସସ୍ମିତଙ୍କ ଟୁଇଟ୍ ପରେ ବିଜେଡିରେ ସୃଷ୍ଟି ହୋଇଛି ଝଡ । ପାଣ୍ଡିଆନଙ୍କ ପାଇଁ ଦଳର ସ୍ଥିତି ବିଗୁଡୁ ଥିବା କିଛି ନେତା କହୁଥିବା ବେଳେ ବରିଷ୍ଠ ମାନେ ବୈଠକ ପରେ ବୈଠକ ଡାକୁଛନ୍ତି । କିନ୍ତୁ ମୁଖିଆ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । ହେଲେ ଦଳ ଭିତରେ କିଏ ବୀଭିଷଣ ସାଜିଛି,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଆଲୋଚନା ହେଉଛି କି, ସସ୍ମିତ ପାତ୍ର ବିଜେପିରେ ଯୋଗଦେଇପାରନ୍ତି । କାରଣ ତାଙ୍କରି ପାଇଁ ତ ଆଜି ବିଜେଡିରେ ମହାଭାରତ ଆରମ୍ଭ ହୋଇଛି । ତାଙ୍କ ପଛରେ କିଏ ରହି ଏଭଳି ଚାଲ୍ ଚଲାଇଛି ତାହାର ଟେର ପାଇବାକୁ ଘନଘନ ବୈଠକ ଚାଲିଛି ।
ଏହା ପୂର୍ବରୁ ମଧ୍ୟ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ଶଙ୍ଖ ଛାଡି ପଦ୍ମ ଧରିସାରିଛନ୍ତି । ସେ ସୁଜିତ୍ କୁମାର ହୁଅନ୍ତୁ କି, ମମତା ମହନ୍ତ ଉଭୟ ନବୀନଙ୍କ ହାତ ଛାଡିବା ସହିତ, ନିକଟରେ ମୋଦୀଙ୍କ ଦଳରେ ସାମିଲ ହେଇଥିଲେ । ତେଣୁ ତାଙ୍କର ଏ ନୀରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ ଦେଇଛି ।ଏହା ପୂର୍ବରୁ ମଧ୍ୟ ବିଜେଡିର ୨ ରାଜ୍ୟସଭା ସାଂସଦଙ୍କୁ ନିଜ ଦଳରେ ସାମିଲ କରିବାର ମିଶନରେ ସଫଳ ହେଇସାରିଛି ବିଜେପି । ତେଣୁ ସସ୍ମିତ ଯଦି, ଚର୍ଚ୍ଚା ଅନୁସାରେ ବିଜେପିରେ ସାମିଲ ହୁଅନ୍ତି, ତେବେ ଏହି ସଂଖ୍ୟା ୨ରୁ ବଢି ୩ ହେବ । ତେଣୁ ଦେଖିବାକୁ ବାକି ରହିଲା, ରାଜନୀତିରେ ସସ୍ମିତଙ୍କ ଆଗାମୀ ଷ୍ଟେପ୍ କଣ ରହୁଛି?