ବଡ଼ଦିନରେ ନୂଆ ପୋଷାକ ବାଣ୍ଟିଲେ “କରଣ”

0

(ଟୁକୁନା ଖରା / ନବରଙ୍ଗପୁର ): ନବରଙ୍ଗପୁର ଜିଲ୍ଲାରେ ବଡ଼ ଦିନରେ ଗରିବ ଅସହାୟ ଲୋକଙ୍କୁ ନୂଆ ପୋଷାକ ବାଣ୍ଟି ସମାଜ ପାଇଁ ଉଦାହରଣ ପାଲେଟିଲେ କରଣ କଚିମ। କାମତା ଗ୍ରାମର କରଣ କଚିମ ନାମକ ଜଣେ ଯୁବକ ଉକ୍ତ ଅଞ୍ଚଳର ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଓ ବିଧବା ଲୋକମାନଙ୍କୁ ନୂଆ ପୋଷାକ ବଣ୍ଟନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।ସେ ନିଜେ ଜଣେ ଗରିବ ଶ୍ରେଣୀର ହେଇଥିଲେ ବି ତାଙ୍କ ହୃଦୟ ଗରିବ ନୁହଁ ବୋଲି ପରିଚୟ ଦେଇ ନୂଆ ପୋଷାକ ବଣ୍ଟନ କରିଛନ୍ତି। ଅଗାମୀ ଦିନରେ ସମାଜରେ ଥିବା ଗରିବ ଓ ଅସହାୟ ଲୋକମାନଙ୍କ ସେବା କରିବା ସହ ସମାଜ ସେବା କରିବାରେ ମନ ବଳେଇବି ବୋଲି ମୁକ୍ତ କଣ୍ଠରେ କହିଛନ୍ତି “କରନ”।ସେ ଏହିଭଳି ଉଦାରବାଦୀ ଚିନ୍ତାଧାରା ପ୍ରଭୁଯୀଶୁ ଖ୍ରୀଷ୍ଟ ଙ୍କ ଆଶୀର୍ବାଦ ଓ ପିତାମାତା ଙ୍କ ପ୍ରେରଣାରେ କରୁଥିବା ଦର୍ଶାଇଛନ୍ତି।କରନଙ୍କ ବାପା ହେଉଛନ୍ତି ଜଣେ ଚାଷୀ।କରନ ପିଲାଟି ଦିନରୁ ଦୁଃଖ କଷ୍ଟ ରେ ପାଠ ପଢ଼ି ଏବେ ଭୁବନେଶ୍ୱର ର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି।ସେ ତାଙ୍କ ନିଜ ଦରମାରୁ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିବା ପ୍ରକାଶ କରିଛନ୍ତି।ଲୋକମାନେ କରନ ଙ୍କ ଏଭଳି ସହାନୁଭୂତି କାର୍ୟ୍ୟ ପାଇଁ ଭୁରି ଭୁରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।