ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ । ବିଭିନ୍ନ ଶାଖା ସେଲ ପାଇଁ ଆବାହକ ଭାବେ ଦାୟିତ୍ୱ ବଣ୍ଟନ । ବରିଷ୍ଠ ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍ ଥାଇ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜୁ କୃଷକ ସାମୁଖ୍ୟ ଦାୟିତ୍ୱରେ ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ୱରେ ଅନଙ୍ଗ ଉଦୟ ସିଂଦେଓ । ବିଜେଡି କୋପରେଟିଭ୍ ସେଲ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍ ଦାଇତ୍ୱରେ ବଦ୍ରି ନାରାୟଣ ପାତ୍ର ।
ବିଜେଡି ମତ୍ସ୍ୟଜୀବୀ ସେଲ୍ ଦାୟିତ୍ୱରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ସେହିପରି ଆଦିବାସୀ ସେଲ୍-ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ୍- ଦେବାଶିଷ ସାମନ୍ତରାୟ ରହିଥିବା ବେଳେ ଓବିସି ସେଲ୍-ଅରୁଣ ସାହୁ, ଏସ୍ସି ସେଲ୍- ମହେଶ ସାହୁ ରହିଛନ୍ତି । ଏବଂ ଆଇଟି ଓ ସୋସିଆଲ ମିଡିଅ ସେଲ୍ ଦାୟିତ୍ୱରେ ଅମର ପଟ୍ଟନାୟକଙ୍କୁ ବିଜେଡି ଦାୟିତ୍ୱ ଦେଇଛି ।