୭୭ତମ ସ୍ୱାଧୀନତା ଦିବସ ଅବସରରେ ଜୟପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ତରଫରୁ ମିଷ୍ଟାନ ଓ ଫଳ ବଣ୍ଟନ

0

ଭବାନୀପାଟଣା : ଆଜି ଭବାନୀପାଟଣା ଜ଼ିଲ୍ଲା ମୁଖ୍ୟଚିକିତ୍ସା ଲୟ ରେ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ତରଫରୁ ଶିଶୁ ୱାର୍ଡ ଠାରେ ଶିଶୁ ରୋଗୀ ମାନଙ୍କୁ ମିଷ୍ଟାନ ଓ ଫଳ ବଣ୍ଟନ କରାଯାଇ ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ତଥା ଦକ୍ଷତା ବିକାଶ ଓ ବୌଷିକ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଯୋଗ ଦେଇଥିଲେ । ଏଥିରେ କଲାହାଣ୍ଡି ଜ଼ିଲ୍ଲାପାଳ ପି.ଅନୱେସା ରେଡ୍ଡୀ ଓ ଆରକ୍ଷୀ ଅଧକ୍ଷ ଅଭିଳାଷଜି ମଧ୍ୟ ଯୋଗ ଦେଇଥିଲେ । ରୋଗୀ ଶିଶୁ ମାନଙ୍କୁ ମିଷ୍ଟାନ ଓ ଫଳ ବଣ୍ଟନ କରିଥିଲେ । ଏସବୁର ଆୟୋଜନ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ତରଫରୁ କରାଯାଇଥିଲା ।

ଏହି ଅନୁଷ୍ଟାନ ଆଜକୁ ବତିଶ ବର୍ଷ ହେବ ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶରେ ଏହି ଅନୁଷ୍ଠାନ ତରଫରୁ ମିଷ୍ଟାନ ଓ ଫଳ ବଣ୍ଟନ କରି ଆସୁଛନ୍ତି । ଏହି ଅନୁଷ୍ଠାନର ସାଧାରଣ ସମ୍ପାଦକ ଅଭୟ ଚରଣ ନାଏକଙ୍କର ମୁଖ୍ୟ ଭୂମିକା ଥାଏ । ଏହି ଅବସରରେ ସଭାପତି ପ୍ରବୀର ମହାନ୍ତି, ସଂସ୍କୃତିକ ସମ୍ପାଦକ ଖିରୋଦ କୁମାର ମଙ୍ଗରାଜ, କ୍ରୀଡା ସମ୍ପାଦକ ମାୟା ଧର ରାଉତ,ଜନମ ମାଟି ସୁରକ୍ଷା କମିଟିର ମହିଳା ବୃନ୍ଦ, ସରୋଜ ବାଗ, ଈଶ୍ୱର ଦୀପ ଉପଦେଷ୍ଟା କମିଟିର ଚକ୍ର ଧର ରାଉତ, ଫୟଜ ଅଲ୍ଲୀ, ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନକୁ ସହଜୋଗ କରିଥିଲେ ।