ଦାନଗଦି/ ଚିତ୍ତରଞ୍ଜନ ସାହୁ : ଦରଦି ବନ୍ଧୁ ସାଜିଛନ୍ତି କଳିଙ୍ଗନଗର ର ଯୁବ ସାମ୍ବାଦିକ ଭାଇ । ହାଡ଼ ଭଙ୍ଗା ସିତର ଲହରୀ ପଡ଼ିଥିବା ବେଳେ, ଶୀତକୁ ଆଖିଆଗରେ ରଖି ଦାନଗଦି ବ୍ଲକର ବିଭିନ୍ୟ ସ୍ଥାନରେ ଶୀତ ବସ୍ତ୍ର ଏବଂ କମ୍ବଳ ବଣ୍ଟନ କରି ଦୁଃଖୀ ରଖିଙ୍କ ମୁହଁରେ ହସ ଟିକେ ଫୁଟାଇବା ପାଇଁ ଚେଷ୍ଟା କରିଛନ୍ତି ଯୁବ ସାମ୍ବାଦିକ ଭାଇମାନେ । ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ଗ୍ରାମରେ ଥିବା ଆଦିବାସୀ ସାହି , ଏବଂ ଘାଟି ସାହିରେ ରୋହୁଥିବା ବୃଦ୍ଧ ବୁର୍ଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସେହିପରି ମାଣତିରା ପଞ୍ଚାୟତ ଦସମାଣିଆ ଗାଁ ର ନାଏକ ସାହିରେ ମଧ୍ୟ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ କରାଯାଇଥିବା ବେଳେ ଆଗକୁ ଏହା ଜାରୀ ରହିବ ବୋଲି ଜଣା ପଡିଛି । ଏହି ବଣ୍ଟନ କାର୍ୟ୍ୟ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ତୁଷାର ରଞ୍ଜନ ସାହୁ, ଦିଲ୍ଲୀପ କୁମାର ପରିଡା, ମୃତ୍ୟଞ୍ଜୟ ଦେଓ, ଅଭିନାଶ ମିଶ୍ର, ଚିତ୍ତ ରଞ୍ଜନ ସାହୁ, ବିଜୟରଶ୍ମି ତ୍ରିପାଠୀ, ବିଶ୍ୱ ମୋହନ ସାମଲଙ୍କ ଦ୍ୱାରା ହୋଇଥିଲା ।