ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ସଭା ଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଛି । ଏହି ଶୁଣାଣୀରେ ସୁନ୍ଦରଗଡ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣି କରିବା ସହିତ ପ୍ରତ୍ୟକ୍ଷରେ ପାଞ୍ଚ ଗୋଟି ଅଭିଯୋଗର ବିଚାର କରି ସମାଧାନ କରିଥିଲେ।
ଏହି ଜନଶୁଣାଣୀରେ ମୋଟ ୭୭ଗୋଟି ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୨୯ ଗୋଟି ଓ ଦଳଗତ ଭାବେ ୪୮ଗୋଟି ଅଭିଯୋଗ ଆସିଥିଲା । ଦଳଗତ ଅଭିଯୋଗ ମଧ୍ୟରେ ରାସ୍ତା ନିର୍ମାଣ ଓ ମରାମତି , ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ ଓ ମରାମତି, ଷ୍ଟ୍ରିଟ ଲାଇଟ ର ଆଲୋକି କରଣ, ବିଦ୍ୟାଳୟ ଗୁଡିକରେ ଖାଲି ପଦବୀ ପଡିଥିବା ଶିକ୍ଷକ ନିଯୁକ୍ତି, ଖେଳ ପଡିଆ, ପାନୀୟ ଜଳର ବ୍ୟବସ୍ଥା ଉପରେ ସାମୁହିକ ଭାବେ ଅଭିଯୋଗ ଆସିଥିଲା।
ଜନଶୁଣାଣୀରେ ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲେ, ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର , କୋଇଡା ବିଡ଼ିଓ ରଶ୍ମିରେଖା ପାତ୍ର , କୋଇଡା ଭାରପ୍ରାପ୍ତ ତହସିଲଦାର ଆଶିଷ ରଞ୍ଜନ ରାଉତଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।