ଗଜପତି : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ତୃତୀୟ ଦିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ତୃତୀୟ ସନ୍ଧ୍ୟା ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦୀପ ମାଝି, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମରିୟୋମ୍ ରଇତ, ଡ.ନିହାର ରଞ୍ଜନ ନାୟକ , ଡ.ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି, ନୃତ୍ୟ ସଙ୍ଗୀତ, ପରମ୍ପରା ଓ ପର୍ୟ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଜିଲ୍ଲାପାଳ -ତଥା- ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା ସହ ୪ଜଣଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସଵର ସମ୍ମାନିତ କରିଥିଲେ। ଗଜପତି ଐତିହ ଓ ସଂସ୍କୃତି ଉପରେ ଭିଡ଼ିଓ ଉନ୍ମୋଚନ କରାଯାଇଥିଲା।
ଏହି ଅବସରରେ ତୃତୀୟ ଦିନ ସନ୍ଧ୍ୟାରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯଥା ପଶ୍ଚିମବଙ୍ଗର ପୁରୁଲିଆ ଚୌ, ସଂସ୍କୃତି ଭାରତୀ ଓଡ଼ିଶୀ କଳା କେନ୍ଦ୍ର ଭୁବନେଶ୍ୱର, ମୟୂରଭଞ୍ଜ ଚୌ,ବଲାଙ୍ଗିର ଜିଲ୍ଲାର ନଟରାଜ କଳା ପରିଷଦ ର ବାଜାଶାଳ ନୃତ୍ୟ, ଓ ଆମ ଜିଲ୍ଳାର ନୂଆଗଡ, ମୋହନା, ଆର୍.ଉଦୟଗିରି, ନବୋଦୟ ବିଦ୍ୟାଳୟ, ସ୍କେଟିଂ ଟିମ୍ ର ଅଧିବାସୀ ନୃତ୍ୟ,କ୍ରିଏଟିଭ ଆର୍ଟ, ସେଞ୍ଚୁରୀୟନ୍ ସମ୍ବଲପୁରୀ ନୃତ୍ୟ ନୃତ୍ୟ ଦର୍ଶକଙ୍କୁ ମନ ମୋହି ଥିବାବେଳେ ପାରଳାଖେମୁଣ୍ଡି ର କ୍ରିଏଟିଭ ଆର୍ଟ ର ନୃତ୍ୟ ଶିଳ୍ପୀ ମାନଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ଗଜପତି ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନ।